ଏଣିକି ଅନଲାଇନରେ କରିହେବ ଦେବାଦେବୀଙ୍କୁ ଦର୍ଶନ: ପୂଜା ଓ ପ୍ରସାଦ ସେବନ ସୁବିଧା ପାଇବେ ଭକ୍ତ

କେନ୍ୟୁଜ୍(ବ୍ୟୁରୋ):ଏଣିକି ଅନ ଲାଇନ ମାଧ୍ୟମରେ ଟିକେଟ୍‌ ବୁକ କରି ଦେବାଦେବୀଙ୍କୁ ଦର୍ଶନ,ପୂଜା ଓ ପ୍ରସାଦ ସେବନ ସୁବିଧା ପାଇପାରିବେ। ଏଥିପାଇଁ ସ୍ୱତନ୍ତ୍ର ପୋର୍ଟାଲ କରାଯିବ। ଇଣ୍ଟିଗ୍ରେଟେଡ ଟେମ୍ପୁଲ ମ୍ୟାନେଜମେଣ୍ଟ ସିଷ୍ଟମର ବିକାଶ କରାଯିବ। ତାମିଲନାଡ଼ୁ ଓ କର୍ଣ୍ଣାଟକ ଢାଞ୍ଚାରେ ଏହା କାର୍ଯ୍ୟକାରୀ କରାଯିବ।

ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ମନ୍ଦିର ଏହି ବ୍ୟବସ୍ଥାରେ ଯୋଡ଼ି ହେବେ। ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତମାନଙ୍କୁ ଦର୍ଶନ ସୁବିଧା ମିଳିବ। ଏହି ପୋର୍ଟାଲ ସମ୍ପୃକ୍ତ ମନ୍ଦିରର ରୀତିନୀତି, ଇତିହାସ, ମନ୍ଦିର ପର୍ବପର୍ବାଣୀ ଆଦି ସମସ୍ତ ବିଷୟରେ ସୂଚନା ରହିବ। ଆଇନ ଓ ଓଡ଼ିଆ ଭାଷା,ସାହିତ୍ୟସଂସ୍କୃତି ବିଭାଗର ମିଳିତ ସହଯୋଗ ଏ ବ୍ୟବସ୍ଥା ଲାଗୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.