Below header

କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ କୋଣାର୍କ ମହୋତ୍ସବ ଉଦଘାଟିତ

ପୁରୀ (କେନ୍ୟୁଜ୍) : କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଆଶୋକ ପଣ୍ଡା । ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଦୁର୍ଗାଚରଣ ରଣବୀର ଓ ତାଙ୍କ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଚେନ୍ନାଇର ରାମ ବୈଦ୍ୟନାଥନ୍ ଓ ଗ୍ରୁପ୍ ଭାରତନାଟ୍ୟମ ନୃତ୍ୟରେ ଦର୍ଶକଙ୍କ ମନ ମୋହିଥିଲେ । ଉଦଘାଟନୀ ସନ୍ଧ୍ୟାରେ ବିଧାୟକ ସମୀର ଦାଶ, ସଞ୍ଜୟ ଦାସବର୍ମା, ପୂର୍ବତନ ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ୫ ତାରିଖ ପର‌୍ୟ୍ୟନ୍ତ ଏହି ମହୋତ୍ସବ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.