ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ

ଭୁବନେଶ୍ୱର (କେନ୍ୟୁଜ୍) : ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ । ବିଡିଏ ଓ ଓଡିଶା ଟୁରିଜିମ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା , ଜଳ ସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମେୟର ଅନନ୍ତ ନାରାୟଣ ଜେନା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡର ମ୍ୟୁଜିକ ଡାଇରେକ୍ଟର ବିଶାଲ-ଶେଖର । ବିଶାଲ ଓ ଶେଖରଙ୍କ ମ୍ୟୁଜିକରେ ଝୁମିଥିଲେ ଦର୍ଶକ ।

ଡଟ୍ ଫେଷ୍ଟରେ ସୋନା ମହାପାତ୍ର, ଶ୍ରେୟା ଘୋଷାଲ, ଶାନ, ଫରହାନ ଅଖତର, ଶଙ୍କର, ଏହାସନ ଓ ଲୟ ଭଳି କଳାକାର ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବୁକ ମାଇ ଶୋ’ରେ ଟିକେଟ କାଟିବାକୁ ପଡ଼ିବ । ଟିକେଟର ଦାମ ୨୫୦ ଟଙ୍କା, ୫୫୦ ଟଙ୍କା ଓ ୭୫୦ ଟଙ୍କା ରହିଛି । ଆସନ୍ତା ୧୬ ତାରିଖ ଯାଏଁ ଚାଲିବ ଡଟ୍ ଫେଷ୍ଟ । ଏଥିସହ ଆସନ୍ତା ୨, ୯ ଓ ୧୬ ତାରିଖରେ ପଥଉତ୍ସବ ହେବ । ଡଟ୍ ଫେଷ୍ଟ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.