Below header

କୋରାପୁଟ କୋଟିଆରେ ଉଦଘାଟିତ ହେଲା ଲୋକ ମହୋତ୍ସବ ପରବ

କୋରାପୁଟ(କେନ୍ଯୁଜ୍) : ଉଦଘାଟିତ ହୋଇଛି କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ । ସୀମାନ୍ତ ଗାଁ କୋଟିଆରେ ଏହାକୁ ଉଦଘାଟନ କରିଥିଲେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଓ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ । ପ୍ରଥମ ଥର କୋଟିଆରେ ଏହି ଲୋକ ମହୋତ୍ସବର ଆୟୋଜନ କରାଯାଇଛି । ଜମିଥିଲା ସାଂସ୍କୃତିକ କାର୍ଯ୍ଯକ୍ରମର ଆସର ।

aaaaପାରମ୍ପିରିକ ଲୋକନୃତ୍ୟ, ଗୀତ ଓ ବାଦ୍ୟରେ କମ୍ପିଥିଲା ପରିବେଶ । ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ବିଭିନ୍ନ ଦଳର ରାଜନୈତିକ ନେତା । ଏହା ପୂର୍ବରୁ ସ୍ଥାନୀୟ ସୁନା ପାହାଡ ଓ କୋଟିଆ ଜଗନ୍ନାଥ ମନ୍ଦିର ଓ ଚର୍ଚ୍ଚରୁ ମଶାଲ ଶୋଭାଯାତ୍ରା ବାହାରି ପରବ ମଞ୍ଚରେ ପହଞ୍ଚିଥିଲା । କୋଟିଆରେ ପ୍ରଥମ ଥର ପାଇଁ ପରବ ଆୟୋଜିତ ହୋଇଥିବାରୁ ଲୋକେ ବେଶ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.