SBI ଗ୍ରାହକ ଦୟାକରି ଧ୍ୟାନ ଦିଅନ୍ତୁ, ଖୁବ୍ ଶୀଘ୍ର ବନ୍ଦ ହେଉଛି ବ୍ୟାଙ୍କର ଏହି ସମସ୍ତ ସେବା

ନୂଆଦିଲ୍ଲୀ : ସାର୍ବଜନିକ ସ୍ତରରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଆସନ୍ତା ଦୁଇ ମାସ ମଧ୍ୟରେ ତାହାର ୪ଟି ବ୍ୟାଙ୍କିଂ ବ୍ୟବସ୍ଥାକୁ ବନ୍ଦ କରିବାର ନିଷ୍ପତି ନେଇଛି। ବ୍ୟାଙ୍କ ତରଫରୁ କରାଯାଇଥିବା ପୂର୍ବ ଘୋଷଣା ସହ କିଛି ବ୍ୟଙ୍କର ଡ଼େବିଟ ଏବଂ କ୍ରେଡ଼ିଟ କାର୍ଡ଼ ମଧ୍ୟ ଚଳିତ ବର୍ଷ ଶେଷ ସୁଧା କାମ କରିବ ନାହିଁ। ଏଥିସହ ଅନଲାଇନ୍ ବ୍ୟାଙ୍କିଂରେ ମଧ୍ୟ କିଛି ପରିବର୍ତ୍ତନ କରିବା ସହ ଟଙ୍କା ନେଣଦେଣ ଉପରେ ମଧ୍ୟ କିଛି କଟକଣା ଲଗାଇଛି ଏସବିଆଇ। ତେବେ ଆଜି ଆମେ ବ୍ୟାଙ୍କ ତରଫରୁ ବନ୍ଦ ହେବାକୁଥିବା ସେବା ମାନଙ୍କ ବିଷୟରେ କହିବାକୁ ଯାଉଛୁ।

୩୧ ଅକ୍ଟୋବର ପରେ ଗ୍ରାହକଙ୍କର କ୍ଲାସିକ୍ ଏବଂ ମେଟ୍ରୋ ଏଟିଏମ୍ କମ ଡ଼େବିଟ କାର୍ଡ଼ କାମ କରିବା ବନ୍ଦ ହୋଇଯିବ। ଦୈନିକ ୨୦,୦୦୦ ଟଙ୍କାରୁ ଅଧିକ ବାହାର କରିପାରିବେ ନାହିଁ। ତେବେ ପୂର୍ବରୁ ଦୈନିକ ୪୦,୦୦୦ ଟଙ୍କା ପର୍ଯ୍ଯନ୍ତ ବାହାର କରିବାର ନିୟମ ରହିଥିଲା। ଏହାକୁ ମୂଲ୍ୟକୁ କମ କରିବା ପଛରେ ଡ଼ିଜିଟାଲ ଟ୍ରାଞ୍ଜାକସନକୁ ବଢ଼ାଇବା ରହିଛି। ଯାହା ଫଳରେ ଅନେକ ଗ୍ରାହକଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବ।

sbi 2

ଏସବିଆଇ ନିଜର ମୋବାଇଲ ୱାଲେଟ SBI Buddyକୁ ୧ ନଭେମ୍ବରରୁ ବନ୍ଦ କରିବାକୁ ଯାଉଛି। ବ୍ୟାଙ୍କ ଅନୁଯାୟୀ, ଜିରୋ ବାଲାନ୍ସ ଥିବା SBI Buddy ଆପକୁ ବନ୍ଦ କରାଯାଇଛି କିନ୍ତୁ ବାଲାନ୍ସ ଥିବା ୱାଲେଟକୁ ବନ୍ଦ କରିବା ପଛରେ କିଛି ସୂଚନା ମିଳିନାହିଁ। ତେବେ ଏହା ଦ୍ବାରା ପ୍ରାୟ ୧୨ ମିଲିୟନ ଗ୍ରାହକ ପ୍ରଭାବିତ ହେବା ନେଇ ସୂଚନା ରହିଛି।

ଏସବିଆଇ ନୋଟିଫିକେସନ୍ ଜାରି କରି ନିଜର ଗ୍ରାହକଙ୍କୁ ସୂଚନା ଦେଇଛି କି, ଇଣ୍ଟରନେଟ ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜର ମୋବାଇଲ ନମ୍ବର ଆକାଉଣ୍ଟ ସହ .ଯୋଡ଼ିବାକୁ ପଡ଼ିବ। ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଏହି ନିୟମକୁ ଅନୁସରଣ କରିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପଣ ଆକାଉଣ୍ଟ ଲିଙ୍କ କରୁନାହାନ୍ତି ତେବେ ଆପଣଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ବନ୍ଦ କରାଯିବ।

sbi 1

ଆରବିଆଇର ଅଦେଶକ୍ରମେ ଏସବିଆଇ ଘୋଷଣା କରିଛି କି ସମସ୍ତ ମ୍ୟାଗନେଟିକ୍ ଷ୍ଟ୍ରାଇପ୍ ଏଟିଏମ୍ କମ ଡ଼େବିଟ କାର୍ଡ଼ ୩୧ ଡ଼ିସେମ୍ବର ମଧ୍ୟରେ କାମ କରିବ ନାହିଁ। ଏଣୁ ଗ୍ରାହକଙ୍କୁ ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ କାର୍ଡ଼କୁ ପରିବର୍ତ୍ତନ କରିବା ପାଇଁ ଆଦେଶ ଦିଆଯାଇଛି। ତେବେ ଏହି କାର୍ଡ଼ ପରିବର୍ତ୍ତନ ସପୂର୍ଣ୍ଣ ନିଶୁକ୍ଳ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.