Below header

ଦୁଇ ଜଣ ପେଶାଦାର ଚୋରଙ୍କୁ ଗିରଫ କଲା କୋରାପୁଟ ଟାଉନଥାନା ପୋଲିସ

କୋରାପୁଟ(କେ ନ୍ୟୁଜ): କୋରାପୁଟ ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକାଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ଜଣ ପେଶାଦାର ଚୋରକୁ ଗିରଫ କରିଛି କୋରାପୁଟ ଟାଉନଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣଙ୍କ ଘର କୋରାପୁଟ ସହରରେ ବୋଲି ଜଣାଯାଇଛି । ଏମଧ୍ୟରୁ ଜଣେ କାର୍ତିକ ଖିଲର ଘର ଟିକରା ସାହିରେ ହୋଇଥିବା ବେଳେ ଅନ୍ୟ ଜଣେ ଆଦିତ୍ୟ ଖରାର ଘର ପୁରୁଣା କୋରାପୁଟ ବୋଲି ପୋଲିସ ଜଣାଯାଇଛି ।

ଏମାନଙ୍କଠାରୁ ୪ଟି ସୁନା ଚେଇନ, ୩ ହଲ ସୁନା କାନଫୁଲ,୩ ହଳ ସୁନା ମୁଦି,ଗୋଟାଏ ଲାପଟପ,ଗୋଟାଏ ଟାଵ, ୮ଟିମୋବାଇଲ , ଗୋଟାଏ ସ୍କୁଟି, ଦାମି ସାଇକେଲ, ୨କେଜି ଖୁଛୁରା ଟଙ୍କା ଜବତ କରିଛି । ଘରେ କେହିନଥିବାର ସୁଯୋଗନେଇ କବାଟ ତାଡି ଚୋରିକରନ୍ତି ଏମାନେ । ଘର ଓ କବାଟ ଭାଙ୍ଗିବା ସହ ଅନ୍ୟାନ ସରଂଜାମ ମଧ୍ୟ ଜବତ ହୋଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.