ସଫାରିରେ ବସିଥିଲେ ଲୋକେ, ହଠାତ୍‌ ପଛପଟୁ ଆସି ଗାଡ଼ି ଟାଣିବାକୁ ଲାଗିଲା ମହାବଳ ବାଘ, ପୁଣି ହେଲା କିଛି ଏମିତି

ବେଙ୍ଗାଲୁରୁର ବନ୍ନେରଘାଟ ନ୍ୟାଶନାଲ ପାର୍କରେ ଏକ ସଫାରି ଗାଡ଼ିକୁ ମହାବାଳ ବାଘ ଟାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ଆପଣ ଦେଖିପାରିବେ କି, ଏକ ବାଘ ସଫାରି ଗାଡ଼ିକୁ ପଛପଟୁ ଟାଣୁଛି ଏବଂ ଗାଡ଼ିରେ କିଛି ଲୋକ ମଧ୍ୟ ବସିଛନ୍ତି। ବାଘଟି ଗାଡ଼ିକୁ ଏତେ ଜୋର୍‌ରେ ବଳ ଲଗାଇ ଟାଣୁଛି ଯେ ତା’ର ପଛଭାଗକୁ ଡ୍ୟାମେଜ୍‌ କରିଦେଉଛି। ଗୋଟିଏ ପଟକୁ ଟାଣିସାରିବା ପରେ ଅନ୍ୟ ପଟକୁ ଯାଇ ପଞ୍ଝା ଓ ଦାନ୍ତରେ ଭିଡ଼ୁଛି। ତେବେ ଏହାରି ଭିତରେ ପଛପଟୁ ଆଉ ଏକ ବାଘ ଆସି ସେଠାରେ ପହଞ୍ଚିଯାଉଛି।

ଭିଡିଓକୁ ମୋନା ପଟେଲ ନାମକ ୟୁଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୭ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଜଣେ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଏକ ଜିଜ୍ଞାସୁ ଶାବକ ଭଳି ଦେଖାଯାଉଛି’। ଅନ୍ୟ ଜଣେ ଲେଖିଛନ୍ତି, ‘କାଲି ଏହା ଚିତାବାଘ ଥିଲା, ଏବେ ଏହା ବାଘ…, କ’ଣ ହେଉଛି?’ ଆଉ ଜଣେ ଲେଖିଥିଲେ, ‘ଏହା ବହୁତ ବଳବାନ’। ସେହିପରି ଜଣେ ୟୁଜର ଏହାକୁ ‘୧୦୦ ହର୍ସପାଓ୍ଵାର ୧ ଟାଇଗରପାଓ୍ଵାର ବରାବର’ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.