Below header

ବ୍ରିଜ୍ ତଳକୁ ଖସି କୃଷିମିତ୍ର ଯୁବତୀଙ୍କ ମୃତ୍ଯୁ, କେମିତି ପଡିଲେ ତଦନ୍ତ କରୁଛି ପୋଲିସ୍

ସୋରଡା(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତରଗତ ସିଦ୍ଧପୁର ଗ୍ରାମରେ ରହୁଥିବା କୃଷିମିତ୍ର ରାଜେଶ୍ଵରୀ ସାହୁ ବ୍ରିଜ ତଳକୁ ଖସିପଡି ମୃତ । ମୃତ ଘୋଷଣା କରିଛନ୍ତି ଡାକ୍ତର । ସୂଚନା ମୁତାବକ ରାଜେଶ୍ଵରୀ ସୋରଡା ବ୍ଲକରେ କୃଷିମିତ୍ର ଭାବେ କାମ କରୁଥିଲେ । ସେ ପ୍ରତିଦିନ ନିଜ ସାଇକଲରେ ସକାଳୁ ଘରୁ ବାହାରି ଗ୍ରାମ ନିକଟ ଗୋବରଲୁଣ୍ଡି ,କଲାଖଡି ଗ୍ରାମକୁ ଯାଇ ଚାଷୀ ଭାଇ ମାନଙ୍କ ସହିତ ସରକାରଙ୍କ କୃଷି ଭିତ୍ତିକ ସବୁ ଯୋଜନା ଗୁଡିକୁ ବୁଝାଉଥିଲେ। ଏହା ସହିତ ସାର ବିହନ ,କୃଷି ଯନ୍ତ୍ରପାତି କିପରି ଚାଷୀ ପାଇ ପାରିବେ ଚାଷୀଙ୍କୁ କହୁଥିଲେ ।

ତେବେ ଗତକାଲି ମଧ୍ୟ ସେ ସେହି ଗ୍ରାମରୁ ସାଇକେଲ ଯାଇ ଫେରିବା ସମୟରେ ଗ୍ରାମର କିଛି ଦୂରରେ ଥିବା ଏକ ବ୍ରିଜ ତଳକୁ ଖସି ପଡିଥିଲେ । ସେଠାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେହି ରାସ୍ତା ଦେଇ କିଛି ଯୁବକ ଯାଉଥିବାବେଳେ ତାଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.