କାଳ ହେଲା ବ୍ଲୁ ଫିଲ୍ମ: ସ୍ତ୍ରୀ ପର୍ଣ୍ଣ ମୁଭିରେ କାମ କରୁଥିବା ସନ୍ଦେହରେ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ସନ୍ଦେହ ଯୋଗୁ ଚାଲିଗଲା ଗୋଟେ ଜୀବନ। ଏଠାରେ ଜଣେ ସ୍ୱାମୀ ସନ୍ଦେହରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି। ସ୍ୱାମୀଙ୍କର ସନ୍ଦେହ ଥିଲା ଯେ ତାଙ୍କ ସ୍ତ୍ରୀ ପର୍ଣ୍ଣ ଫିଲ୍ମରେ କାମ କରୁଛନ୍ତି। ଏଣୁ ସେ ତାଙ୍କୁ ଜୀବନରୁ ହିଁ ମାରି ଦେଇଛନ୍ତି। ରିପୋର୍ଟ ମୁତାବକ, ସ୍ୱାମୀ ଜଣକ ନିଜ ଛୁଆ ସାମ୍ନାରେ ହିଁ ସ୍ତ୍ରୀକୁ ହତ୍ୟା କରିଛନ୍ତି। ଏ ନେଇ ରବିବାର ଦିନ ପୋଲିସରେ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ବେଙ୍ଗାଲୁରୁର ରାମ ନଗରରେ ରହୁଥିବା ଅଟୋ ଚାଳକ ଜହୀର ପାଶା(୪୦)ଙ୍କର ପର୍ଣ୍ଣ ଫିଲ୍ମ ଦେଖିବା ଅଭ୍ୟାସ ଥିଲା। ୨ ମାସ ତଳେ ସେ ଏକ ବ୍ଲୁ ଫିଲ୍ମ ଦେଖିଥିଲେ। ଏହି ଫିଲ୍ମ ଦେଖିବା ପରେ ତାଙ୍କ ସନ୍ଦେହ ହୋଇଥିଲା ଯେ ସେଥିରେ ତାଙ୍କ ସ୍ତ୍ରୀ କାମ କରିଛନ୍ତି। ଏହି ସନ୍ଦେହରେ ସେ ଦୀର୍ଘ ହେଲାଣି ରହିଥିଲେ ଓ ତାଙ୍କୁ ଲାଗୁଥିଲେ ଯେ ସ୍ତ୍ରୀ ତାଙ୍କୁ ଧୋକା ଦେଉଛି।

ରବିବାର ଦିନ ଅପରାହ୍ନରେ ଏହି କଥାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ରାଗରେ ଜହୀର ପାଶା ପାଖରେ ପଡ଼ିଥିବା ଏକ ଛୁରୀରେ ସ୍ତ୍ରୀକୁ ଭୁସି ଦେଇଥିଲେ।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସର କହିବାନୁସାରେ, ଏହି ଦମ୍ପତିଙ୍କ ବିବାହ ୧୫ ବର୍ଷ ତଳେ ହୋଇଥିଲା ଓ ସେମାନଙ୍କର ଏକ ୫ ବର୍ଷର ପୁଅ ରହିଛି। ଅଭିଯୁକ୍ତ ନିଜ ଛୁଆ ସାମ୍ନାରେ ହିଁ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଛି। ତେବେ ଏହି ମାମଲାରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି।

Also Read: ଆଜି ଜାତୀୟ କଦଳୀ ଦିବସ: ଜାଣନ୍ତୁ, କଦଳୀରେ କାହିଁକି ଲାଗନ୍ତିନି ପୋକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.