ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ନୂଆମୋଡ଼: ଅଢେଇ ମାସ ପରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ବର(କେନ୍ୟୁଜ୍): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆମୋଡ଼। ଅଢେଇ ମାସ ପରେ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ। ଦଫା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଜାନୁୟାରୀ ୩୦ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ।

ତାଙ୍କ SUICIDE ନୋଟ୍‌ରେ ସେ ତାଙ୍କ ମୃତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ। ସୌମ୍ୟଙ୍କ ଉଭଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଥିଲା। ପରିବାରଲୋକେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଭୁବନେଶ୍ୱର DCPଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ।

You might also like