ଆଜି ଜାତୀୟ କଦଳୀ ଦିବସ: ଜାଣନ୍ତୁ, କଦଳୀରେ କାହିଁକି ଲାଗନ୍ତିନି ପୋକ

କଦଳୀ ଏକ ଏମିତି ଫଳ, ଯାହାକୁ ସମସ୍ତେ ପ୍ରାୟତଃ ସବୁ ଦିନ ଖାଇଥାନ୍ତି। କଦଳୀ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ। କଦଳୀର ଗୁରୁତ୍ୱକୁ ଦେଖି ଏପ୍ରିଲ ମାସର ତୃତୀୟ ବୁଧବାରକୁ କଦଳୀ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ ପାଳିତ ହେଉଛି ଜାତୀୟ କଦଳୀ ଦିବସ। ତେବେ ଆଜି କଦଳୀ ଦିବସରେ ଆସନ୍ତୁ ଜାଣିବା କଦଳୀରେ କାହିଁକି ଲାଗିନଥାଏ ପୋକ…

କଦଳୀକୁ ଆମେ ସମସ୍ତ ଖାଇଥାଉ। କିନ୍ତୁ କେବେ ଯଦି ଅନୁଧ୍ୟାନ କରିଥିବେ ତେବେ ଜାଣିପାରିଥିବେ ଯେ ଏହି ଫଳରେ ଆଦୌ ପୋକ ଲାଗନ୍ତି ନାହିଁ। ଏହାର କାରଣ ହେଉଛି କଦଳୀରେ ସାଇନାଇଡ୍‌ ନାମକ ଏକ କେମିକାଲ ରହିଥାଏ। ଏହି କାରଣରୁ କଦଳୀରେ ପୋକ ଲାଗନ୍ତି ନାହିଁ।

ଏହା ବ୍ୟତୀତ କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ପୋଟାସିୟମ୍‌ ଆଦି ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରକୁ ଫିଟ୍‌ ତଥା ଫୂର୍ତ୍ତି ରଖିବାରେ ସାହାଯ୍ୟ କରେ।

ଡାକ୍ତରଙ୍କ କହିବାନୁସାରେ, ଡାଇବେଟିସ୍‌ ରୋଗୀ ସମ୍ପୂର୍ଣ୍ଣ ଭାବେ ପାଚିଯାଇଥିବା କଦଳୀ ଖାଇବା ଅନୁଚିତ୍‌। ପାଚିଲା କଦଳୀ ଜାଗାରେ ଆପଣ କଞ୍ଚା କଦଳୀ ଖାଇପାରିବେ। କଞ୍ଚା କଦଳୀ ଶରୀରର ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ। ତେବେ ଯଦି ଆପଣଙ୍କର ଡାଇବେଟିସ୍‌ ନାହିଁ, ତେବେ ଆପଣ ଦିନକୁ ଦୁଇଟି କଦଳୀ ଖାଇପାରିବେ।

Also Read: ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.