ବାଛୁରୀ ଗୋଡ଼କୁ କାମୁଡ଼ି ଧରିଲା ବିରାଟ ଅଜଗର; ସାହାଯ୍ୟ ନ କରି ଭିଡିଓ କରିବାରେ ବ୍ୟସ୍ତ ରହିଲେ ଯୁବକ! ଦେଖନ୍ତୁ ଛାତିଥରା ଦୃଶ୍ୟ

ସାପ ଦେଖିଲେ ସମସ୍ତେ ଭୟରେ ଥରି ଉଠନ୍ତି। ଯଦିଓ ସାପ ଏକ ସରୀସୃପ, କିନ୍ତୁ ତା’ ଶରୀର ଏତେ ଲମ୍ବା ହୋଇଥାଏ ଯେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଭିଡିଓରେ ଏକ ବିରାଟକାୟ ଅଜଗର ଏକ ବାଛୁରୀ ଉପରେ ଅତର୍କିତ ଆକ୍ରମଣ କରୁଥିବା ଦେଖାଯାଉଛି। ଏପରି କି, ସାପଟି ବାଛୁରୀ ଗୋଡ଼କୁ କାମୁଡ଼ି ଧରି ତାକୁ ଗିଳିବାକୁ ମଧ୍ୟ ଚେଷ୍ଟା କରୁଛି। ଭିଡିଓଟି ଅତ୍ୟନ୍ତ ଛାତିଥରା ରହିଛି।

ଏଥିରେ ଦେଖାଯାଉଛି ଯେ ୧୦ ଫୁଟ୍‌ ଲମ୍ବାର ଏକ ଅଜଗର ପ୍ରଥମେ ଗାଈ ଗୁହାଳ ଭିତରେ ପଶୁଛି, ଯାହାକୁ ଦେଖି ବାଛୁରୀମାନେ ଏଣେତେଣେ ଦୌଡ଼ିବାରେ ଲାଗୁଛନ୍ତି। ଯଦିଓ ଏହାରି ଭିତରେ ଅଜଗରଟି ଏକ ବାଛୁରୀକୁ ଶିକାର କରିବାରେ ସଫଳ ହୋଇଯାଉଛି। ସେ ବାଛୁରୀ ଗୋଡ଼କୁ ଏତେ ଜୋର୍‌ରେ କାମୁଡ଼ି ଧରିଛି ଯେ ନିରୀହ ବାଛୁରୀଟି ନିଜକୁ ମୁକୁଳାଇ ପାରୁନାହିଁ। ଭିଡିଓକୁ wildlifeanimall ନାମକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଅପଲୋଡ୍‌ କରାଯାଇଛି, ଯାହାର କ୍ୟାପସନରେ ଲେଖାଯାଇଛି, ‘ଗାଈର ବାଛୁରୀ ଉପରେ ସାପର ଆକ୍ରମଣ। ସାପ ବନାମ ବାଛୁରୀ’।

ଇଣ୍ଟରନେଟ୍‌ରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ୟୁଜରମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ଏବଂ ପ୍ରଶ୍ନ ପଚାରୁଛନ୍ତି କି, ‘ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତି ଜଣକ କିଏ’? ଏତିକି ହିଁ ନୁହେଁ, ଲୋକେ ଏହି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି ଯେ ‘ବାଛୁରୀ ମାଲିକ ଏହି ସମୟରେ କେଉଁଠି ଅଛନ୍ତି ଏବଂ ବାଛୁରୀକୁ ସାହାଯ୍ୟ କରିବା ପାଇଁ କାହିଁକି କେହି ଆସୁ ନାହାନ୍ତି’?

ଜଣେ ୟୁଜର ଲେଖିଛନ୍ତି, ‘ମୋତେ ଲାଗୁଛି ସାପଟି ମରି ଯାଇଛି କିମ୍ବା ପାରାଲିସିସ୍‌ ହୋଇ ଯାଇଛି କିମ୍ବା ଏହା ଏକ ଆର୍ଟିଫିସିଆଲ୍‌ ସାପ। ଜଣେ ଗୁହାଳ ମାଲିକ କେବେ ବି ଏହି ସମୟରେ ଭିଡିଓ ଶୁଟ୍‌ କରି ପାରିବ ନାହିଁ କି ନିର୍ଦ୍ଦୟ ହୋଇ ଏମିତି ଦୃଶ୍ୟର ଆନନ୍ଦ ଉଠାଇବ ନାହିଁ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଭିଡିଓ କାହିଁକି କରୁଛି; ବରଂ ବାଛୁରୀକୁ ଯାଇ ସାହାଯ୍ୟ କର’।

 

View this post on Instagram

 

A post shared by Wildlifeanimall (@wildlifeanimall)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.