Below header

ଉଦଘାଟିତ ହେଲା କୃଷି ଓଡିଶା ୨୦୨୧, ଭର୍ଚୁଆଲ ମୋଡ଼ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଉଦଘାଟିତ ହେଲା କୃଷି ଓଡିଶା ୨୦୨୧ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ  “କୃଷି ଓଡିଶା”କୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଚାକିରୀ ଛାଡି ଯୁବବର୍ଗ ଚାଷକୁ ଆପଣାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଆର୍ଥିକ ସ୍ଥିତି ବିଗାଡି ଦେଇଥିବାବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି କୃଷି । କୃଷକଙ୍କ ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଋଣ ଯୋଗାଇଛନ୍ତି ।

ସରକାରୀ ଯୋଜନାର ସୁଯୋଗ ନେବା ସହ ନୂତନ ବୈଷୟିକ କୌଶଳର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ‘ଛତୁ’କୁ ରଖାଯାଇଛି । ସମଗ୍ର ଦେଶରେ ଓଡ଼ିଶା ପାଳ ଛତୁ ଉତ୍ପାଦନରେ ପ୍ରଥମ ହୋଇଥିବା ବେଳେ ମୋଟ ଛତୁ ଉତ୍ପାଦନରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ।

ରାଜ୍ୟରେ ବ୍ୟାପକଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବ ବର୍ଗ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଚଳିତବର୍ଷ କୃଷି ଓଡ଼ିଶାର ଥିମ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ । ଏଥର କୃଷି ଓଡ଼ିଶାରେ ମୋଟ ୧୬୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି । ଏହି ଅବସରରେ  ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.