ପାଣି କମିଲା ବୈତରଣୀରୁ ବିରାଟ ଶିବ ଲିଙ୍ଗ ଦିଶିଲା, ଜାଗର ପରେ ଦର୍ଶନ ଦେଲେ ଭୋଳା ଶଙ୍କର

ଯାଜପୁର ଟାଉନ(କେନ୍ୟୁଜ୍) : ବୈତରଣୀ ନଦୀ ଭିତରୁ ଠାବ ହେଲା ବିରାଟ ଶିବ ଲିଙ୍ଗ। ଯାଜପୁରର ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିର ନିକଟ ରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରୁ ଏହି ଲିଙ୍ଗ ଏବଂ ଆଉ ଦୁଇଟି ମନ୍ଦିରର ମୁଖୁଚୁଳା ମଧ୍ୟ ଦୃଶ୍ୟମାନ ହେଉଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଖୋଳା ଚାଲିଛି । ଆଉ ରାତି ଦିନ ଏଠାରୁ ବାଲି ଅନବରତ ଖୋଳା ହେବା ସହ କୌଣସି ମାଇନିଂ ପ୍ଲାନ ବିନା ହେଉଥିବାରୁ ମନ୍ଦିର ନିକଟରେ କିପରି ବାଲି ଖୋଲିବାକୁ କିଏ ଅନୁମତି ଦେଲା ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି ।

ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ ଶିବରାତ୍ରି ଦିନ ଠାରୁ ଏହି ଲିଙ୍ଗଟି ଦୃଶ୍ୟମାନ ହୋଇଛି। ପାଣି କମିବା ପରେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାର ହେବା ପରେ ବୈତରଣୀ ନଦୀ ଗର୍ଭରୁ ଉପରକୁ ଉଠିଥିବା ଏହି ମହାଦେବଙ୍କ ଶିବ ଲିଙ୍ଗ ଏବଂ ଦୁଇଟି ମନ୍ଦିରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ଦଶରଥପୁର ବିଡ଼ିଓ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଶିବ ଲିଙ୍ଗ ଏବଂ ମନ୍ଦିରର ସୁରକ୍ଷା ପାଇଁ ଦାବି କରିଛନ୍ତି ସିଧେଶ୍ୱର ମନ୍ଦିରର ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.