Below header

ଖଣିଜ ପଥର ଚୋରା ଚାଲାଣ ବେଳେ ଗିରଫ ହୋଇଥିଲେ ୩ ଜଣ, କିନ୍ତୁ ସୌଚ ନାଁରେ ଫେରାର ହୋଇଗଲେ ଦୁଇ ଝାଡ଼ଖଣ୍ଡି

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ବମେଵାରୀ ଥାନା ଅନ୍ତର୍ଗତ ନୟାଗଡ ନିକଟରୁ ବେଆଇନ ଭାବେ ଲୁହ ପଥର ଚୋରା ଚାଲାଣ ହେଉଥିଲା । ଏହି ସମୟରେ ଜଙ୍ଗଲ ବିଭାଗ ଦ୍ଵାରା ୩ ଜଣଙ୍କୁ ଗିରଫ କରିବା ସହ ଏଥିରେ ବ୍ୟବହୃତ ୩ଟି ହାଇଓ୍ଵା ଗାଡି ଓ ଗୋଟିଏ ଜେସିବି ମେସିନ୍‌ ଜବତ କରିଛନ୍ତି ଚମ୍ପୁଆ ବନାଞ୍ଚଳ ଅଧିକାରୀ। କିନ୍ତୁ ଆଜି ଝାଡ଼ଖଣ୍ଡର ଦୁଇ ଅପରାଧୀ ସୌଚ ଯିବା ବାହାନାରେ  ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି । ଏନେଇ ବନବିଭାଗ ପକ୍ଷରୁ ଚମ୍ପୁଆ ଥାନାରେ କେସ୍  କରାଯାଇଛି ।

jhadkhandi accuse

ଗତ କିଛି ଦିନ ହେବ ସମ୍ପୃକ୍ତ ଅଂଚଳରୁ ଲୁହ ପଥର ଚୋରି ହେଉଥିବା ଖବର ଜଙ୍ଗଲ ବିଭାଗ ପାଇଥିଲା । ଏହାପରେ ଏହି ସକ୍ରିୟ ରାକେଟକୁ ଧରିବା ପାଇଁ ଜାଲ ବିଛାଇ ଥିଲା ଙ୍ଗଲ ବିଭାଗ । ଶନିବାର ରାତିରେ ଚୋରି ଚାଲିଥିବା ଖବର ପାଇ ଆତର୍କିତ ଭାବେ ଚଢ଼ାଉ କରିଥିଲା । ତେବେ ପରାଧୀମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ । ହେଲେ ୩ ଜଣଙ୍କୁ ଜଙ୍ଗଲ ବିଭାଗ କର୍ମଚାରୀମାନେ କାବୁ କରି ନେଇଥିଲେ । ଏହା ସହିତ ଲକ୍ଷାଧିକ ଟଙ୍କାର ଲୁହା ପଥର ଜବତ ମଧ୍ୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.