ନବରଙ୍ଗପୁର: ରାସନ ଚାଉଳ ବିକି ପୁଅ ପିଇଦେଲା ମଦ, ବାରଣ କରିବାରୁ କାଠ ଫାଳିଆରେ ବାପାର ଜୀବନ ନେଲା ପୁଅ

ଉମରକୋଟ(କେନ୍ୟୁଜ୍):  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନ ଖାଣ୍ଡା ପଞ୍ଚାୟତର ଖାଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ ହାଇଛି। ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖ ଦିନ ବାପା ନିତାଇ ବିଶ୍ୱାସ ପୁଅ ବିଦ୍ୟୁତ ବିଶ୍ୱାସକୁ ରାସନ କାର୍ଡ ଦେଇ  ପଞ୍ଚାୟତ ଅଫିସରୁ ଚାଉଳ ଆଣିବାକୁ କହିଥିଲେ। ପୁଅ ବିଦ୍ୟୁତ ବିଶ୍ୱାସ ଚାଉଳ ଆଣି ବଜାରରେ ବିକ୍ରି କରି ସବୁତକ ଟଙ୍କାରେ ମଦ ପିଇ ଦେଇ ଘରକୁ ଫେରିଥିଲା।  ପୁଅର ଏହି ସବୁ କାର୍ଯ୍ୟ ଦେଖି ବାପା ନିତାଇ ବିଶ୍ୱାସ ପୁଅ କୁ ପାଟି କରିଥିଲେ ।  ଫଳରେ ପୁଅ ମଦ ନିଶାରେ ବାପାଙ୍କୁ ଅନେକ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଉତ୍ୟକ୍ତ ହୋଇ ପାଖରେ ଥିବା ଗୋଟିଏ କାଠ ଫାଳିଆରେ ବାପାଙ୍କ ମୁଣ୍ଡକୁ ପ୍ରହାର କରି ଥିଲା ।

କିଛି ସମୟ ପରେ ସାହି ପଡ଼ୋଶୀ ଓ ସମ୍ପର୍କୀୟ ଆହତ ନିତାଇ ବିଶ୍ୱାସକୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ସେଠାରେ ତାଙ୍କ  ସ୍ୱାସ୍ଥ୍ୟ ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।  ସେଠାରେ କିଛି ସୁଧାର ନ ଆସିବାରୁ କୋରାପୁଟ ସ୍ଥାନାନ୍ତର କରିଥିଲେ । କିନ୍ତୁ  ଆଜି ସକାଳୁ ନିତାଇ ବିଶ୍ୱାସଙ୍କ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

ଏଘଟଣାକୁ ନେଇ ନିତାଇ ବିଶ୍ୱାସଙ୍କ ପୁତୁରା ସଞ୍ଜୟ ବିଶ୍ୱାସ ବିଦ୍ୟୁତଙ୍କ ନାମରେ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ଅଭିଯୋଗକୁ ଆଧାର କରି ପୋଲିସ କେସ୍ ନମ୍ବର ୧୦୩/୨୧ରେ ରୁଜୁ କରି ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ପିତା ହତ୍ୟାକାରୀ ପୁଅ ବିଦ୍ୟୁତ ବିଶ୍ୱାସକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.