Below header

ଭଦ୍ରକ: ଚାନ୍ଦବାଲି ନାନ୍ଦପୁର ଗାଁରେ ଅଗ୍ନିକାଣ୍ଡ, ୫ ବଖରା ଘର ସମେତ ଗୋରୁ ଗୁହାଳ ଓ ସମସ୍ତ ଆସବାପତ୍ର ପୋଡି ପାଉଁଶ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ତହସିଲ ଅଧିନ ନାନ୍ଦପୁର ଗାଁର ବାସୁଦେବ ଦାସଙ୍କ ଘରେ ରୋଷେଇ ଚାଲିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସମେତ ଗୋରୁ ଗୁହାଳ ଓ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁର  ପ୍ରକୋପରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।ତେବେ ନିଆଁ ଲାଗିବା ବେଳେ ଘର ଭିତରେ ଥିବା ୨ଜଣ ଛୋଟ ପିଲାଙ୍କ ସହ ୫ଜଣ ଜୀବନ ବଞ୍ଚାଇବାକୁ ଯାଇ ଘରୁ ବାହାରକୁ ପଳାଇ ଆସିଥିଲେ।

chandbali

ଏପରିକି ଗାଁ ଲୋକ ନିଆଁକୁ ଆୟତ କରିବା ପାଇଁ ଚେଷ୍ଠା ଚଳାଇଥିଲେ ମଧ୍ଯ ନିଆଁର ପ୍ରକୋପ ଏନେ ଉଗ୍ର ଥିଲା ଯେ କୌଣସି ଧନ ସମ୍ପତ୍ତି ଉଦ୍ଧାର କରି ପାରିନଥିଲେ। ସବୁଠାରୁ ବଡକଥା ହେଲା ଏଠାରୁ ଦମକଳ ଅଫିସ ଦୀର୍ଘ  ୪୦ କିମି. ଦୂର ହୋଇଥିବାରୁ  ଶିଘ୍ର ଆସି ପହଁଚିବା ସମ୍ଭବ ହୋଇନଥିଲା । ଯହା ଫଳରେ ନିଆଁ ସମଗ୍ର ଘରକୁ ଗ୍ରାସ କରିଦେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.