ସ୍ତମ୍ଭକାର ରୁଦ୍ର ପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ

ଭୁବନେଶ୍ୱର: ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂର କରିବା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଛି ଲାଡଲୀ ମିଡିଆ ଆଓ୍ଵାର୍ଡ଼ । ଓଡ଼ିଶାର ସ୍ତମ୍ଭକାର ଏବଂ ସମାଜସେବୀ ରୁଦ୍ର ପ୍ରସନ୍ନ ରଥଙ୍କୁ ଚଳିତ ବର୍ଷ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂରକରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାମ୍ବାଦିକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରଯାଇଛି । ପୂର୍ବରୁ ଶ୍ରୀ ରଥ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଆଞ୍ଚଳିକ ସ୍ତରର ଓଡିଆ ଓପଏଡ୍ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇ ଥିଲେ । ଗତ ଡିସେମ୍ବର ୨୦୧୯ରେ ପ୍ରକାଶିତ ତାଙ୍କର ଓପଏଡ୍ ବିଭାଗରେ ଅଗ୍ରଲେଖ ଝିଅ ‘ଯଦି କାଳୀ’ ଲେଖା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି ।

RUDRA

ଯାଜପୁରରୋଡ୍ ବ୍ୟାସନଗରର ରୁଦ୍ରପ୍ରସନ୍ନ ରଥ ଜଣେ ନିୟମିତ ସ୍ତମ୍ଭକାର ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଦୀର୍ଘ ଏକ ଦଶନ୍ଧି ଧରି ସମ୍ବାଦପତ୍ରରେ ଲେଖି ଆସୁଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥାର ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି
କରୋନା ମହାମାରୀ ଯୋଗୁଁ ଏହି ପୁରସ୍କାର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଏନଡି ଟିଭିର ବରିଷ୍ଠ କାର୍ଯ୍ୟନିର୍ବାହୀ ସଂପାଦକ ଓ ରାମନ ମାଗାସେସେ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ରବିଶ୍ କୁମାର, ପପୁଲେସନ ଫାଷ୍ଟର ନିର୍ଦ୍ଦେଶକ ଡ.ଏ.ଏଲ ସାରଦା, ୟୁଏନଏଫପିଏର ଭାରତ ପ୍ରତିନିଧି ଆର୍ଜେଂଟିନା ମାଟାଭେଲ ପିକିନି ବୈଠକରେ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.