Below header

ଦେଶୀ ବୟ ଅକ୍ଷୟ ସେମାର୍ଲିଆଙ୍କ ଖ୍ରୀଷ୍ଟମାସ ଗୀତ

ଦଶମନ୍ତପୁର (କେ ନ୍ୟୁଜ୍‌) : ଦେଶିଆ ଗୀତର ଗାୟକ ଅକ୍ଷୟ କୁମାର ସେମାର୍ଲିଆଙ୍କ ଆଉ ଏକ ନୂଆ ପ୍ରୟାସ । ଆଗାମୀ ଖ୍ରୀଷ୍ଟମାସ ବା ବଡ଼ ଦିନ ପାଇଁ ଏକ ଦେଶିଆ ଗୀତ ଗାଇଛନ୍ତି । କୋରାପୁଟ ଦଶମନ୍ତପୁର ଅଞ୍ଚଳର ଅକ୍ଷୟ ଗତ କିଛି ଦିନ ହେବ ନିଜର ଦେଶିଆ ଗୀତ ପାଇଁ ସୋସିଆଲ ମିଡିଆରୁ ଆରମ୍ଭ କରି ଟେଲିଭିଜନ୍‌ରେ ଖୁବ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି । ନିଜେ ଗୀତ ଲେଖି ଏହାର ସଂଗୀତ ଦେବା ସହ ନିଜେ ମଧ୍ୟ ଗୀତଗୁଡ଼ିକ ଗାଉଛନ୍ତି । ତାଙ୍କର ସମସ୍ତ ଗୀତ ବେଶ୍‌ ସୁମଧୁର ଏବଂ କୋରାପୁଟ ଅଞ୍ଚଳରେ ଲୋକପ୍ରିୟତା ମଧ୍ୟ ହାସଲ କରିଛି ।

ଏବେ ସେ ଖ୍ରୀଷ୍ଟ ଧର୍ମର ଭକ୍ତିପୂର୍ଣ୍ଣ ଗୀତ ଗାଇଛନ୍ତି । ଯାହା ନିକଟରେ କୋରାପୁଟ ଜୟପୁର ସ୍ଥିତ ଷ୍ଟୁଡିଓରେ ରେକର୍ଡ଼ିଂ ହୋଇଛି । ଏହା ସହିତ ଅକ୍ଷୟ ଆଉ ଏକ ବଡ଼ କାମ କରିଛନ୍ତି । ସେ ଜଣେ ନୂଆ ଗାୟିକାଙ୍କୁ ତାଙ୍କ ସହ ଗାଇବାର ସୁଯୋଗ ଦେଇଛନ୍ତି । ଏହି ଯୁବା କଣ୍ଠଶିଳ୍ପୀ ହେଲେ ମାଲକାନଗିରି ଚିତ୍ରକୋଣ୍ଡାର ସବିତା ପାଙ୍ଗି ।

ସୂଚନା ଥାଉକି ଅକ୍ଷୟ ପେସାରେ ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ଼ । ହେଲେ ତାଙ୍କ ଠାରେ ଥିବା ସଂଗୀତ ପ୍ରତିଭାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.