ପୁଣି ଜାମିନ ଆବେଦନ କରିବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଜାମିନ ଆବେଦନ କରିବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଜାମିନ୍‌ ପାଇଁ ଗତକାଲି ଭିଡିଓ କନଫରେନ୍‌ସିଂରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା। ପ୍ରଥମ ଦିନରେ ନିଜର ଓକିଲଙ୍କ ପରିଚୟ ସ୍ପଷ୍ଟ କଲେ ଅର୍ଚ୍ଚନା। ଦେବାଶିଷ ମହାପାତ୍ରଙ୍କୁ ନିଜର ଆଇନଜୀବୀ ଭାବେ ସ୍ପଷ୍ଟ କରିଥିଲେ। ପୁଣି ଥରେ ଜାମିନ୍‌ ପାଇଁ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲ ସୂଚନା ଦେଇଛନ୍ତି। ତଳ କୋର୍ଟରେ ଜାମିନ ମଞ୍ଜୁର ନହେଲେ ସେସନ୍ସ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି।

ସେପଟେ ଅର୍ଚ୍ଚନା ନିର୍ଦ୍ଦୋଷ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ତାଙ୍କ ଓକିଲ। ନିର୍ଦ୍ଦୋଷ ପ୍ରମାଣ ପାଇଁ ତାଙ୍କ ପାଖରେ ସମସ୍ତ ତଥ୍ୟ ଥିବା କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର। ଅର୍ଚ୍ଚନା ରହୁଥିବା ପୁରୁଣା ଭଡ଼ା ଘର ମାଲିକ ତଥା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏଯାଏ ଅର୍ଚ୍ଚନାଙ୍କ ଲିଙ୍କରେ ଏକାଧିକ ଲୋକଙ୍କୁ ପଚରାଉଚରା ହେଲାଣି । ଅର୍ଚ୍ଚନାଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ନେଇ ଖେଳତାଡ ବି ଚାଲିଛି । ଅର୍ଚ୍ଚନା ବ୍ଲାକମେଲିଂ ରାକେଟରେ ଯେଉଁ ଯୁବତୀଙ୍କୁ ବ୍ୟବହାର କରୁଥିଲା ସେମାନଙ୍କର ବୟାନ ବି ରେକର୍ଡ କରିଛି ପୋଲିସ ।

ଅନ୍ଯପଟେ ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନା ନାଗ ଗତ ୫ ବର୍ଷରେ ପ୍ରତିଷ୍ଠିତ ଲୋକଙ୍କୁ ବ୍ଲାକମେଲ କରି ମୋଟା ଅଙ୍କ କମାଇଛନ୍ତି । ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ସହ ମିଶି ବିଛାଇଥିଲେ ବ୍ଲାକମେଲର ସାମ୍ରାଜ୍ୟ । କଳା ଟଙ୍କାରେ ଅୟସ କରିଥିଲେ ଅର୍ଚ୍ଚନା । ତିନି ମହଲା ଆଲିସାନ୍‌ ଘର ରାଜା ଉଆସ ଭଳି ସଜେଇଥିଲା । ଏହାର ଇଣ୍ଟିରିୟର ଦେଖିଲେ ହୋସ୍‌ ଉଡ଼ିଯିବ । ସୋଫା ପଲଙ୍କ ସବୁ ଅତ୍ୟାଧୁନିକ । ଝୁମରରେ ଝଲସିତ ହେଉଥିଲା ଘର । ଏହି ଘରେ ଅନେକ ସିନେମା ଓ ସିରିଏଲ ସୁଟିଂ ହୋଇଥିଲା । ଘରେ ରହିଥିଲା ୩ ଲକ୍ଷ ଟଙ୍କାର ଆମେରିକାନ ମକାଓ ଚଢ଼େଇ । ସତ୍ୟବିହାର ଘରେ ଅଛନ୍ତି ୪ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ କୁକୁର । ରୁପା ଥାଳିରେ ଖାଉଥିଲେ ଓ ରୁପା ଗ୍ଲାସରେ ପାଣି ପିଉଥିଲେ । ହାତରେ ପିନ୍ଧୁଥିଲେ ୨ଲକ୍ଷ ଟଙ୍କାର ହାତଘଣ୍ଟା ଅର୍ଚ୍ଚନା BMW, ଫର୍ଡ ଭଳି କରୀ ଚଢୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.