Below header

ଭଦ୍ରକ: ୪ଶହ ବର୍ଷର ପରମ୍ପରାରେ କରୋନା ମାଡ଼, ଫିକା ପଡିଲା ଲାଖ ବିନ୍ଧା ଉତ୍ସବ

ଚାନ୍ଦବାଲି (କେନ୍ୟୁଜ୍):  ମହାମାରି କରୋନା କଟକଣାର  ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ମା ଦୂର୍ଗାଙ୍କ ବିଜୟା ଦଶମୀ ଉତ୍ସବ ଉପରେ । ଏହି ବିଜୟା ଦଶମୀରେ ଭଦ୍ରକ ଜିଲ୍ଲା ଓଳଗରେ ଲାଖବିନ୍ଧା ସହ ରାବଣ ପୋଡି ଉତ୍ସବ ବେଶ ଧୂମଧାମରେ ପାଳନ କରାଯାଇଥାଏ । ଏହି ଉତ୍ସବକୁ ଦେଖିବାକୁ ଜିଲ୍ଲାର ବି‌ଭିନ୍ନ ଅଞ୍ଚଳରୁ  ହଜାର ହଜାର ଲୋକଙ୍କ ଭିଡ ଜମିଥାଏ।  ହେଲେ କରୋନା କଟକଣା ପାଇଁ ଏବର୍ଷ ସବୁ କିଛି ଫିକା ହୋଇଯାଇଛି ।

chandbali1

କେବଳ କ୍ଷେତ୍ରୀୟ ଯୋଦ୍ଧାମାନେ ପରମ୍ପରା ବଞ୍ଚାଇବାକୁ ଯାଇ ହାତରେ ଧନୁ ତୀର ଧରି କଦଳୀ ଗଛ ତଳକୁ ଲକ୍ଷ୍ୟ ଭେଦ କରିଥିଲେ । ହେଲେ ପାଳନ କରାଗଲାନାହିଁ ରାବଣପୋଡି କି ଲାଖବିନ୍ଧା ଉତ୍ସବ । ତାହାସହ ସବୁ ବର୍ଷ ୨ ଭାଇଙ୍କ ଭିତରେ ଲାଖବିନ୍ଧା ଯୁଦ୍ଧରେ ଜଣକର ବିଜୟ ହୋଇଥାଏ । ବିଜୟୀ ହୋଇଥିବା ଯୋଦ୍ଧାକୁ ଏକ ବିରାଟ ଶୋଭାଯାତ୍ରାରେ ସ୍ୱାଗତ କରାଯାଇଥାଏ । ହେଲେ ଚଳିତ ବର୍ଷ ବିନା ହାର୍ ଜିତରେ ସରିଛି ଏହି ପର୍ବ । ତେବେ ୪ଶହ ବର୍ଷର ପରମ୍ପରା ଅନୁସାରେ ସ୍ଥାନୀୟ ଲାଖବିନ୍ଧା ପଡିଆରେ ବଡଓଳଗ ଓ ସାନଓଳଗର କ୍ଷେତ୍ରୀୟ ବରଣୀ ଯୋଦ୍ଧାମାନେ କଦଳୀ ଗଛକୁ ଲକ୍ଷ ଭେଦ କରିଥାନ୍ତି । ପରେ ରାବଣ ପୋଡି ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ସବୁ ବନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.