ରାମଲୀଳାରେ ବାଜିଲା ପଞ୍ଜାବୀ ଗୀତ, ହାତ ଟେକି ଭାଙ୍ଗଡା ଡ୍ୟାନ୍ସ କରିବାକୁ ଲାଗିଲା ରାବଣ, ଦେଖନ୍ତୁ Video

ଦଶହରାରେ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ରାବଣକୁ ଜଳାଯାଇଥାଏ। କିନ୍ତୁ ଏକ ରାମଲୀଳାରେ କିଛି ଅଲଗା ଦେଖିବାକୁ ମିଳିଛି। ଏଥିରେ ରାବଣ ପଞ୍ଜାବୀ ଡ୍ୟାନ୍ସ କରୁଥିବାର ନଜର ଆସିଛି। ରାମଲୀଳା ଚାଲିଥିବା ବେଳେ ରାବଣ ଷ୍ଟେଜ ଉପରେ ଭାଙ୍ଗଡା ଡ୍ୟାନ୍ସ କରିଛି। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି।

nnj

ଏହାକୁ ଟୁଇଟରରେ ସେୟାର କରାଯାଇଥିବା ବେଳେ ଭିଡ଼ିଓଟି ପଞ୍ଜାବର ବୋଲି କୁହାଯାଉଛି। ଏଥିରେ ଦେଖିବାକୁ ମିଳୁଛି, ରାବଣ ଚରିତ୍ରରେ ଜଣେ ବ୍ୟକ୍ତି ଷ୍ଟେଜରେ ଛିଡ଼ା ହୋଇଛନ୍ତି ଏବଂ ଦର୍ଶକ ତଳେ ବସି ରାମଲୀଳାର ମଜା ନେଉଛନ୍ତି। ଯେତେବେଳେ ଏକ ପଞ୍ଜାବୀ ଗୀତ ବାଜୁଛି, ସେତେବେଳେ ରାବଣ ବେଶଧାରୀ ବ୍ୟକ୍ତି ନିଜ ଚରିତ୍ରକୁ ଭୁଲି ହାତ ଟେକି ଭାଙ୍ଗଡ଼ା ଡ୍ୟାନ୍ସ କରୁଛନ୍ତି। ଟୁଇଟର ସାଙ୍ଗକୁ ଏହି ଭିଡ଼ିଓକୁ ଫେସବୁକରେ ମଧ୍ୟ ସେୟାର କରାଯାଇଛି। ମାତ୍ର ଦୁଇ ଦିନରେ ଏହାକୁ ଲକ୍ଷାଧିକ ଭିୟୁଜ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.