Below header

ଏହି ଗୀତର ସୁଟିଂ ବେଳେ ରବୀନା ଟଣ୍ଡନଙ୍କୁ ଲାଗିଥିଲା ବହୁତ ଜୋର୍‌ ଆଘାତ, ସେଟ୍‌ରେ ହୋଇଯାଇଥିଲେ ବେହୋସ୍‌

୯୦ ଦଶକର ସୁପର ଅଭିନେତ୍ରୀଙ୍କ ମଧ୍ୟରୁ ରବୀନା ଟଣ୍ଡନ ଥିଲେ ଜଣେ । ଆଜି ବି ତାଙ୍କର ଚାହିଦା କମିନି । ତାଙ୍କର ଗୋଟିଏ ଝଲକ ପାଇଁ ଏବେ ବି ପ୍ରଶଂସକଙ୍କ ଭିଡ଼ ଲାଗେ । ଫିଲ୍ମ ଲାଇଫକୁ ବାଦ ଦେଲେ ଏମିତିରେ ବି ରବିନା ପର୍ସନାଲ୍‌ ଲାଇଫରେ ବହୁତ ଚର୍ଚ୍ଚାରେ ଥାଆନ୍ତି ।

ravina-1

ଏକ ଫିଲ୍ମ ଗୀତର ସୁଟିଂ ବେଳେ ତାଙ୍କ ଜୀବନରେ ଘଟିଥିବା ଏକ ଦୁର୍ଘଟଣା ସମ୍ପର୍କରେ କହିଛନ୍ତି ରବୀନା ଟଣ୍ଡନ । ଫିଲ୍ମର ଏକ ଗୀତ ‘କଭି ତୁ ଛଲିଆ ଲଗ୍‌ତା ହେ…ର ସୁଟିଂ ନରିମନ୍‌ ପଏଣ୍ଟରେ ଚାଲିଥିଲା । ଲୋକଙ୍କର ବି ବହୁତ ଭିଡ୍‌ ଥିଲା । ଭିଡ ଦେଖି ମୋତେ ଲାଜ ବି ଲାଗୁଥିଲା । ଏହି ସୁଟିଂ ସମୟରେ ମୁଁ ଏମିତି ପଡିଗଲି ଯେ ମୋର ମୁଣ୍ଡ ମାଡ଼ ହୋଇଗଲା । ସେଠାରେ ମୁଁ ବେହୋସ ହୋଇଗଲି । ’

ravina

ମୋ ପାଇଁ ସମସ୍ତେ ଚିନ୍ତିତ ହୋଇଯାଇଥିଲେ । ମୁଁ ଆଖି ଖୋଲିଲା ବେଳକୁ ଲୋକେ ମୋ ମୁହଁରେ ପାଣି ସିଞ୍ଚୁଥିଲେ ଓ ସଲ୍‌ମାନ ମୋ ନାମ ନେଇ କ’ଣ କହୁଥିଲେ । ମୁଁ ଏତେ ନର୍ଭସ ହୋଇଯାଇଥିଲି ଯେ କାନ୍ଦି ପକାଇଥିଲି । ସଲ୍‌ମାନ୍‌ ପିଲାଙ୍କ ଭଳି ମୋତେ ବହଲାଉ ଥିଲେ । କହୁଥିଲେ ଚିଣ୍ଟି ମରି, ଚିଣ୍ଟି ମରି, ପୁଣି ମୁଁ ଜୋରରେ ହସିବାକୁ ଲାଗିଲି ।

ravina-0

ରବୀନା ଆହୁରି କହିଛନ୍ତି ଯେ ‘ ମୁଁ ଯେତେବେଳେ ପ୍ରହଲ୍ଲାଦ କକ୍କଡଙ୍କ ସହ ଇଣ୍ଟର୍ନଶିପ୍‌ କରୁଥିଲି, ସେତେବେଳେ ମୋତେ କ୍ୟାମେରା ପଛରେ କାମ କରିବାକୁ ପଡୁଥିଲା । ପ୍ରହଲ୍ଲାଦଙ୍କ କମ୍ପାନୀ ଜେନେସିସ୍‌ ରେ ଫ୍ରି ଷ୍ଟାଣ୍ଡ ଇନ୍‌ ମଡେଲ ଥିଲି । ଯେବେ କେଉଁ ମଡେଲ ଆସୁନଥିଲେ ପ୍ରହଲ୍ଲାଦ କହୁଥିଲେ କଷ୍ଟ୍ୟୁମ୍‌ ପିନ୍ଧାଇ ରବୀନାଙ୍କୁ ଠିଆ କରିଦିଅ । ରବୀନା ତାଙ୍କ କାରିଅରର ଏପରି ଏକ କଥା ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.