Below header

Tpcodl ରେ ଚାକିରି କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

Tpcodl ରେ ଚାକିଚାକିରି କରାଇବା ନାଁରେ ଲକ୍ଷାଧିକ ଠକେଇ। ସଂସ୍ଥାର ଲେଟରପ୍ୟାଡ଼ , ଷ୍ଟାମ୍ପ ଓ ଅନ୍ୟ କାଗଜପତ୍ର ନକଲ କରି ଠକେଇ କରିଥିଲା ଅଭିଯୁକ୍ତ।

ଭୁବନେଶ୍ୱର (କେନ୍ୟୁଜ): Tpcodl ରେ ଚାକିରି କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। ଅଭିଯୁକ୍ତ ଚନ୍ଦ୍ରଶେଖର ପ୍ରଧାନକୁ ଗିରଫ କଲା ପୋଲିସ। ସହିଦନଗର ଥାନାରେ ଏ ନେଇ ଅଭିଯୋଗ କରିଥିଲା Tpcodl। ଘଟଣଶର ତଦନ୍ତ କରି ଆଜି ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି ପୋଲିସ । ସଂସ୍ଥାର ଲେଟରପ୍ୟାଡ଼ , ଷ୍ଟାମ୍ପ ଓ ଅନ୍ୟ କାଗଜପତ୍ର ନକଲ କରି ଠକେଇ କରିଥିଲା ଚନ୍ଦ୍ରଶେଖର । ଏହି ସବୁ ମାଧ୍ୟରେ ୮ ଜଣଙ୍କୁ ଚାକିରି ଦେବାକୁ କହି ଠକିଥିଲା ଅଭିଯୁକ୍ତ ଚନ୍ଦ୍ରଶେଖର ।

ଏଥି ସହିତ Tpcodl ପକ୍ଷରୁ କୁହାଯାଇଛି ଯେ, ଲୋକେ ସତର୍କ ରୁହନ୍ତୁ। ଠକେଇର ଶିକାର ହୁଅନ୍ତୁ ନାହିଁ। ପ୍ରଲୋଭନରେ ପଡ଼ନ୍ତୁ ନାହିଁ। Tpcodl କୌଣସି ଆଶାୟୀଙ୍କ ଠାରୁ ଲାଞ୍ଚ ଟଙ୍କା ନେଇ ଚାକିରି ଦିଏ ନାହିଁ। କୌଣସି ସଂସ୍ଥା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚାକିରି ଦିଏ ନାହିଁ। ଚାକିରି ଦେବା ପାଇଁ କଂପାନିର ଏକ ମାନବ ସମ୍ବଳ ଟିମ୍‌ ଅଛନ୍ତି। ଚାକିରି ଦେବା ପାଇଁ ଏହି ଟିମ୍‌ ଏକ ନିୟମିତ ପ୍ରକ୍ରିୟା କରିଥାଏ। କଂପାନି ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ପାଖରୁ ଜବତ ହୋଇଥିବା ୮୦ ହଜାର ଟଙ୍କା ଚାକିରି ପାଇଁ ଠକେଇ ହୋଇଥିବା ଲୋକଙ୍କୁ ଫେରାଇ ଦିଆଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.