Below header

ଲୋକଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଗ୍ରାମ୍ୟ ବ୍ୟାଙ୍କରେ ଲୋକଙ୍କ ଭିଡ଼

ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ଲୋକମାନଙ୍କ ଆକାଉଣ୍ଟ ୩୦,୪୦,୬୦ ଓ କାହା ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ଆସିଛି l ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ।

କେନ୍ଦ୍ରାପଡା (କେନ୍ୟୁଜ): ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବା ଖବର ସାରା ଅଞ୍ଚଳରେ ଖେଳିଯାଇଥିଲା। ଆଉ ଲୋକମାନେ ତୁରନ୍ତ ଧାଇଁ ଆସିଥିଲେ ବ୍ୟାଙ୍କକୁ। ଜନସମୁଦ୍ର ପାଲଟିଥିଲା ବ୍ୟାଙ୍କ।

ଏ ସମ୍ପର୍କରେ ଶାଖା ପରିଚାଳକ କହିଛନ୍ତି ଯେ ଆଜି ଲୋକମାନେ ଭିଡ଼ଜମାଇ ଥିଲେ , ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ବୋଲି ଆମେ ୩ ଶହ ଆକାଉଣ୍ଟ ଚେକ କରିଥିଲୁ ସେଥିରୁ ଚାଳିଶ ଜଣଙ୍କ ଆକାଉଣ୍ଟରେ କେଉଁଠୁ ଟଙ୍କା ଆସିଛି ତାହା ଜଣାପଡ଼ିନାହିଁ ଓ ଲୋକମାନଙ୍କ ଆକାଉଣ୍ଟ ୩୦,୪୦,୬୦ ଓ କାହା ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ଆସିଥିବା କହିଥିବା କହିଛନ୍ତି l ସେ ଏସମ୍ପର୍କରେ ଲୋକମାନେ ଖୁସିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.