Below header

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ପରଲୋକରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ବଢେଇ । ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଗତକାଲି ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଭୁବନେଶ୍ବର (କେନ୍ୟୁଜ): ପରଲୋକରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ବଢେଇ । ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଗତକାଲି ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ପ୍ରଶାସନିକ ଅଧିକାରୀ ଥିଲେ ମହେନ୍ଦ୍ର ବଢ଼େଇ ।

ନୂଆପଡ଼ା ଜିଲ୍ଲା ଉପଜିଲ୍ଲାପାଳ ଥିବାବେଳେ ଚାକିରିରୁ ଭିଆରଏସ୍ ନେଇଥିଲେ । ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡିରେ ଯୋଗ ଦେଇଥିଲେ । ବର୍ଷା ସିଂ ବରିହାଙ୍କୁ ବିଜୟୀ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ବି ରହିଥିଲା । ଏହାପରେ ମହେନ୍ଦ୍ର ବଢ଼େଇଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବରେ ମିଳିଥିଲା ନିଯୁକ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ଗାଁରେ ଜନ୍ମଗ୍ରହଣ କରିଥିଲେ ମହେନ୍ଦ୍ର କୁମାର ବଢେଇ । ତାଙ୍କ ବିୟୋଗରେ ବରଗଡ଼ ଜିଲ୍ଲା ସମେତ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.