Below header

ପଞ୍ଚଭୂତରେ ଲୀନ ହେଲେ ତ୍ରିପୁରା ସୀମାରେ ସହିଦ ଓଡ଼ିଆ BSF ଯବାନ୍ ଈଶ୍ଵର ଚନ୍ଦ୍ର ଦୋରା

ପଞ୍ଚଭୂତରେ ଲୀନ ହେଲେ ତ୍ରିପୁରା ସୀମାରେ ସହିଦ ଓଡ଼ିଆ BSF ଯବାନ୍ ଈଶ୍ଵର ଚନ୍ଦ୍ର ଦୋରାଙ୍କ ପାର୍ଥିବ ଶରୀର । ନିଜ ଜନ୍ମ ମାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବେଲଖଣ୍ଡି ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ପରିବାର, ଗାଁ ଲୋକେ ଓ ସମ୍ପର୍କୀୟ ।

କଳାହାଣ୍ଡି(କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲେ ତ୍ରିପୁରା ସୀମାରେ ସହିଦ ଓଡ଼ିଆ BSF ଯବାନ୍ ଈଶ୍ଵର ଚନ୍ଦ୍ର ଦୋରାଙ୍କ ପାର୍ଥିବ ଶରୀର । ନିଜ ଜନ୍ମ ମାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବେଲଖଣ୍ଡି ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ପରିବାର, ଗାଁ ଲୋକେ ଓ ସମ୍ପର୍କୀୟ । କାନ୍ଦ ବୋବାଳିରେ ଫାଟି ପଡିଥିଲା ବେଳଖଣ୍ଡି ଗାଁ ।

ଅମଠ ଛକରେ ପହଁଚିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଥିଲେ । ତ୍ରିପୁରା ବଙ୍ଗଳା ଦେଶଲଙ୍କା ମୋରା ସୀମାରେ କାର୍ଯ୍ୟରତ ଥିବା ବେଳେ ଈଶ୍ୱର ଦୋରାଙ୍କ ଗତ ୧୭ ତାରିଖରେ ପ୍ରାଣ ହରାଇଥିଲେ । ତାଙ୍କର ସ୍ତ୍ରୀ ଓ ଗୋଟିଏ ଛୋଟ ଝିଅ ଏବଂ ବାପା ମା ଓ ଭାଇ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.