ମୁଁ ତୁମମାନଙ୍କ କଷ୍ଟ କଳ୍ପନା କରିପାରୁଛି… ଫାଇନାଲରୁ ହାରିବା ପରେ ଟିମ ଖେଳାଳିଙ୍କ ମନୋବଳ ବଢାଇଲେ ସଚିନ ତେନ୍ଦୁଲକର : ଭିଡିଓ ଭାଇରଲ

ତେନ୍ଦୁଲକର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଅଷ୍ଟ୍ରେଲିଆ ଷଷ୍ଠଥର ପାଇଁ ବିଶ୍ୱକପ ଜିତିଥିବାରୁ ଶୁଭେଚ୍ଛା । ସବୁଠୁ ବଡ ପଡିଆରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିନରେ ଭଲ କ୍ରିକେଟ ଖେଳିଛନ୍ତି । ଭାରତୀୟ ଟିମର ଭାଗ୍ୟ ଖରାପ। ବଢିଆ ଖେଳୁଥିବା ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ଦିନ ସବୁକିଛି ଖରାପ କରିଦେବ । ମୁଁ ଖେଳାଳି, ପ୍ରଶଂସକ ଏବଂ ଶୁଭଚିନ୍ତକ କଷ୍ଟ କ’ଣ ତାହା କଳ୍ପନା କରିପାରୁଛି । ସେମାନଙ୍କ ଉପରେ କ’ଣ ବିତୁଥିବ, ତାହା ଜାଣିପାରୁଛି ।

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟିମ୍‌ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ଫାଇନାଲରେ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିବା ପରେ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ପହଞ୍ଚିଛନ୍ତି । ସଚିନ ନିଜ ପୋଷ୍ଟରେ ଲେଖିଛନ୍ତି, ଆପଣମାନଙ୍କ କଷ୍ଟ ଏବଂ ଯନ୍ତ୍ରଣା ମୁଁ ବୁଝିପାରୁଛି ।

ତେନ୍ଦୁଲକର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଅଷ୍ଟ୍ରେଲିଆ ଷଷ୍ଠଥର ପାଇଁ ବିଶ୍ୱକପ ଜିତିଥିବାରୁ ଶୁଭେଚ୍ଛା । ସବୁଠୁ ବଡ ପଡିଆରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିନରେ ଭଲ କ୍ରିକେଟ ଖେଳିଛନ୍ତି । ଭାରତୀୟ ଟିମର ଭାଗ୍ୟ ଖରାପ। ବଢିଆ ଖେଳୁଥିବା ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ଦିନ ସବୁକିଛି ଖରାପ କରିଦେବ । ମୁଁ ଖେଳାଳି, ପ୍ରଶଂସକ ଏବଂ ଶୁଭଚିନ୍ତକ କଷ୍ଟ କ’ଣ ତାହା କଳ୍ପନା କରିପାରୁଛି । ସେମାନଙ୍କ ଉପରେ କ’ଣ ବିତୁଥିବ, ତାହା ଜାଣିପାରୁଛି । ହାରିବା ଖେଳର ଅଂଶ । ତେଣୁ ଆମେ ଏତିକି ମନେ ରଖିବା ଉଚିତ, ଏହି ଟିମ୍‌ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଆପ୍ରାଣ ଚେଷ୍ଟା କରିଛି ।

ଭିଡିଓରେ ଦେଖିବାକୁ ମିଳିଛି, ମ୍ୟାଚ ହାରିବା ପରେ ସଚିନ ମଇଦାନକୁ ଆସି ସମସ୍ତ ଖେଳାଳିଙ୍କ ସହିତ ହାତ ମିଶାଇ ସାନ୍ତ୍ୱନା ଦେଇଛନ୍ତି । ସମସ୍ତଙ୍କ ସହିତ କଥା ହୋଇ ଖେଳାଳିଙ୍କ ଦୁଃଖକୁ କମାଇବାକୁ ଚାହିଁଛନ୍ତି । ସଚିନଙ୍କ ଏଭଳି କାମ ଦେଖି ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି ।

୨୦୦୩ ବିଶ୍ୱକପ ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ୧୨୫ ରନରେ ପରାସ୍ତ କରିଥିଲା । ସେହି ସମୟରେ ସଚିନ ଭାରତ ପାଇଁ ମଧ୍ୟ ଖେଳିଥିଲେ । ସଚିନ ବିଶ୍ୱକପ ୨୦୦୩ ରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ ଏବଂ ୬୭୩ ରନ ସ୍କୋର କରିବାରେ ସଫଳ ହୋଇଥିଲେ । ଏଥର ବିରାଟ କୋହଲି ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ମଧ୍ୟ ବିଶ୍ୱକପ୍ ଫାଇନାଲରେ ଭାରତ ହାରି ଯାଇଥିଲା । ୨୦୦୩ ରେ ସଚିନଙ୍କୁ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଦିଆଯାଇଥିଲା, ଏଥର କୋହଲିଙ୍କୁ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.