Below header

ୱାର୍ଲଡ କପକୁ ଅସମ୍ମାନ କଲେ ମିଚେଲ ମାର୍ଶ, ଭାଇରାଲ ହେଉଛି ଫଟୋ

ଏହି ଫଟୋରେ ମିଚେଲ ମାର୍ଶ ଏକ ସୋଫାରେ ବସି ଚଟଣାରେ ରଖ ଯାଇଥିବା ୱାର୍ଲଡ କପ ଟ୍ରଫି ଉପରେ ଗୋଡ ରଖି ବସିଛନ୍ତି । ଏହି ଫଟୋକୁ ପ୍ୟାଟ କମ୍ମିନ୍ସ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ୱାର୍ଲଡ କପ ଟ୍ରଫିର ଏହିଭଳି ଅସମ୍ମାନକୁ ଲୋକମାନେ ଖୁବ ନିନ୍ଦା କରୁଛନ୍ତି ।

ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC ୱାର୍ଲଡ କପ ୨୦୨୩ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ନେଇ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ୱାର୍ଲଡ କପ ବିଜେତା ହୋଇଯାଇଛି । ବ୍ଲୁ ଜର୍ସିରେ ଭରପୂର ଥିବା ଷ୍ଟାଡିୟମରେ ସମସ୍ତ ଭରାତବାସୀଙ୍କ ହୃଦୟ ଭାଙ୍ଗି ଦେଇ ନିଜ ସହିତ ବିଶ୍ୱକପ ନେଇଯାଇଥିଲା ଅଷ୍ଟ୍ରେଲିଆ । ଏହି ୱାର୍ଲଡ କପ ମ୍ୟାଚ ପାଇଁ ଖୁବ ଏକ୍ସସାଇଟେଡ଼ ଥିଲେ ଭାରତୀୟ କିନ୍ତୁ ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗିଯାଇଛି ଏହି ମ୍ୟାଚରେ ।

ଓପନର୍ ଟ୍ରାଭିସ୍ ହେଡ୍ ଏବଂ ମାର୍ନସ୍ ଲାବୁସାଗ୍ନେଙ୍କ ଅପରାଜିତ ପଚାଶ ଶତକ ହାସଲ କରି ଅଷ୍ଟ୍ରେଲିଆ ୪୩ ଓଭରରେ ୨୪୧ ର ଟାର୍ଗେଟକୁ ଅତି ସହଜରେ କମ୍ପ୍ଲିଟ କରିଥିଲା । ଯାହା ତାକୁ ଷଷ୍ଠ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିବାରେ ସାହାଯ୍ୟ କରିଥିଲା । ଟସ୍ ଜିତିବା ପରେ ମଧ୍ୟ ଫିଲ୍ଡିଂ କରିବାର ଡିସିସନ ଅଷ୍ଟ୍ରେଲିଆ ପାଇଁ ଗେମ ଚେଞ୍ଜର ବୋଲି ପ୍ରମାଣିତ ହୋଇଥିଲା ।

କମିନ୍ସ ବୋଲିଂ କରି ମାତ୍ର ୧୦ ଓଭରରେ ୩୪ ରନରେ ଦୁଇଟି ୱିକେଟ୍ ନେଇଥିଲେ । ଏହି ବିଜୟ ପରେ ମାର୍ଶଙ୍କ ଡ୍ରେସିଂ ରୁମରୁ କିଛି ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଥିପାଇଁ ସେ ଖୁବ ଟ୍ରୋଲ ହଉଛନ୍ତି । ଏହି ଫଟୋରେ ମିଚେଲ ମାର୍ଶ ଏକ ସୋଫାରେ ବସି ଚଟଣାରେ ରଖ ଯାଇଥିବା ୱାର୍ଲଡ କପ ଟ୍ରଫି ଉପରେ ଗୋଡ ରଖି ବସିଛନ୍ତି । ଏହି ଫଟୋକୁ ପ୍ୟାଟ କମ୍ମିନ୍ସ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।

ୱାର୍ଲଡ କପ ଟ୍ରଫିର ଏହିଭଳି ଅସମ୍ମାନକୁ ଲୋକମାନେ ଖୁବ ନିନ୍ଦା କରୁଛନ୍ତି । ଏଭଳି ଆଚରଣ କ୍ରିକେଟର ଅଖଣ୍ଡତା ପ୍ରତି ଅସମ୍ମାନ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି । ଅନ୍ୟ ଜଣେ ଯୁଜର କମେଣ୍ଟରେ ଲେଖିଛନ୍ତି, ୱାର୍ଲଡ କପ ଏହି ଟ୍ରଫିର ମୂଲ୍ୟ କଣ ତାହା ଇଣ୍ଡିଆନ ଫ୍ୟାନ୍ସ କିମ୍ବା ଟିମ ଇଣ୍ଡିଆଙ୍କୁ ପଚାର । ତେବେ ୱାର୍ଲଡ କପ ଟ୍ରଫିର ଏହି ଅସମ୍ମାନକୁ ସମସ୍ତେ ଖୁବ ନିନ୍ଦା କରୁଛନ୍ତି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଏହି ମାସ ଆରମ୍ଭରେ ମାର୍ଶ ନିଜ ବ୍ୟକ୍ତିଗତ କାରଣରୁ ବିଶ୍ୱକପ ମଝିରେ ଘରକୁ ଫେରିଥିଲେ । ସେ ସାଥୀ ମାର୍କସ ଷ୍ଟୋଇନିସଙ୍କୁ ମେସେଜ କରିଥିଲେ, ଏବେ ସେ ଘରକୁ ଯାଉଛନ୍ତି ଏବଂ ତା’ପରେ ସେ ଏହି ବିଶ୍ୱକପ ଜିତିବାକୁ ଫେରି ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.