ଅଷ୍ଟ୍ରେଲିଆଠାରୁ ହାରିବା ପରେ କାନ୍ଦିଲେ ବିରାଟ କୋହଲି, ଆଲିଙ୍ଗନ କରି ସାନ୍ତ୍ୱନା ଦେଲେ ପତ୍ନୀ ଅନୁଷ୍କା

ରବିବାର ସନ୍ଧ୍ୟା ଥିଲା ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଅତି କଠିନ ସମୟ। ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମ୍‌କୁ ହରାଇ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ ଟିମ୍‌। ଏଭଳି ସ୍ଥିତିରେ ସମସ୍ତ ଭାରତୀୟ ଖେଳାଳି ଗତକାଲି ଇମୋସନାଲ୍‌ ନଜର ଆସିଥିଲେ।

ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କାନ୍ଦୁଥିବାର ଦେଖାଯାଇଥିଲେ। ବିରାଟ କୋହଲି ମଧ୍ୟ ନିଜକୁ ସମ୍ଭାଳି ପାରି ନ ଥିଲେ। ପରାଜୟର ଚିହ୍ନ ତାଙ୍କ ମୁହଁରେ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା।

ମ୍ୟାଚ୍‌ ସରିବା ପରେ ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ନିକଟକୁ ଯାଇଥିଲେ। ଏଠାରେ ଅନୁଷ୍କା ବିରାଟଙ୍କୁ ଆଲିଙ୍ଗନ କରି ସମ୍ଭାଳୁଥିବାର ନଜର ଆସିଥିଲେ। ଅଭିନେତ୍ରୀ ମଧ୍ୟ ଦୁଃଖି ନଜର ଆସିଥିଲେ। ଏହାପରେ ଦୁଇଜଣ ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳିଥିଲା।

ବିରାଟ ଓ ଅନୁଷ୍କାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସେପଟେ ପ୍ରଶଂସକମାନେ ମଧ୍ୟ ଟିମ୍‌ ଇଣ୍ଡିଆର ପରାଜୟରେ ଭାଙ୍ଗିପଡ଼ିଛନ୍ତି। ବିରାଟ କୋହଲି ଫାଇନାଲ ମ୍ୟାଚ୍‌ରେ ୫୪ ରନ୍‌ କରିିଥିଲେ। ସେ ଆଉଟ୍‌ ହେବା ପରେ ଅନୁଷ୍କା ନିରାଶ ହୋଇପଡ଼ିଥିଲେ। ଅନୁଷ୍କାରଙ୍କର ଏହି ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Leave A Reply

Your email address will not be published.