ଫାଇନାଲ ମ୍ୟାଚ ବେଳେ ପଡିଆକୁ ପଶିଆସିଥିବା ପାଲେଷ୍ଟାନ ସମର୍ଥକଙ୍କ ନାମରେ ମାମଲା ରୁଜୁ

ଭାରତର ବ୍ୟାଟିଂ ସମୟରେ ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ପାଲେଷ୍ଟାଇନ ପ୍ରଶଂସକ ପଡିଆକୁ ଦୌଡି ଆସି ବିରାଟଙ୍କୁ କୁଣ୍ଢାଇ ପକାଇଥିଲେ । ଏବେ ସେ ପ୍ରଶଂସକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।

ଦିନିକିଆ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଷଷ୍ଠଥର ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଆଇସିସି କ୍ରିକେଟ୍ ବିଶ୍ୱକପର ଅନ୍ତିମ ମ୍ୟାଚ୍ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିଲେ । ଏହି ମ୍ୟାଚ୍ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଯାଇଥିଲା । ଭାରତର ବ୍ୟାଟିଂ ସମୟରେ ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ପାଲେଷ୍ଟାଇନ ପ୍ରଶଂସକ ପଡିଆକୁ ଦୌଡି ଆସି ବିରାଟଙ୍କୁ କୁଣ୍ଢାଇ ପକାଇଥିଲେ । ଏବେ ସେ ପ୍ରଶଂସକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।

ଯୁବକ ଜଣଙ୍କ ‘ଫ୍ରି ପାଲେଷ୍ଟାଇନ’ ଲେଖାଥିବା ଏକ ଟି ସାର୍ଟ ପିନ୍ଧି ହଠାତ ପଡ଼ିଆ ଭିତରକୁ ପଶି ଆସିଥିଲେ । ଏହା ସହିତ ହାତରେ ଥିଲା ପାଲେଷ୍ଟାଇନ ପତକା । ସେ ଭାରତୀୟ ଖେଳାଳି ବିରାଟ କୋହଲିଙ୍କୁ ଯାଇ କୁଣ୍ଢାଇବାକୁ ଉଦ୍ୟମ ମଧ୍ୟ କରିଥିଲେ । ସୁରକ୍ଷାକର୍ମୀମାନେ ପଡ଼ିଆକୁ ଯାଇ ଯୁବକଙ୍କୁ କାବୁ କରିଥିଲେ ।

ଅହମ୍ମଦାବାଦ କ୍ରିକେଟ୍ ଷ୍ଟାଡିୟମରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଜନସନ ୱେନ ବୋଲି ଜଣା ପଡିଛି । ଅଷ୍ଟ୍ରେଲିଆର ବାସିନ୍ଦା ବୋଲି ସେ ନିଜେ ଏହି ସୂଚନା ଦେଇଛନ୍ତି । ବିରାଟଙ୍କ ବହୁତ ବଡ ଫ୍ୟାନ୍‌ ହୋଇଥିବା ଯୋଗୁଁ ଏଭଳି କରିଥିଲେ ।

ଅହମ୍ମଦାବାଦ ପୋଲିସର ସୂଚନାନୁସାରେ, ଜନସନଙ୍କ ବିରୋଧରେ ଚାନ୍ଦକେଡା ପୋଲିସ ଷ୍ଟେସନରେ ଭାରତୀୟ ଆଇପିସି ର ଧାରା ୩୩୨ ଏବଂ ୪୪୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.