Below header

ଜମ୍ମୁ କଶ୍ମୀର ପରିବର୍ତ୍ତନକୁ ନେଇ ଭିନ୍ନ ମତ, ଜାଣନ୍ତୁ କିଏ କରିଛି ସମର୍ଥନ ଆଉ କିଏ କରିଛି ବିରୋଧ

ଜମ୍ମୁ କଶ୍ମୀର ପରିବର୍ତ୍ତନକୁ ଏନଡିଏ ମେଣ୍ଟର କିଛି ସହଯୋଗୀ ଦଳ ବିରୋଧ କରିଛନ୍ତି। ବିରୋଧୀ ଅଧିକ ପ୍ରତିକ୍ରିୟାଶୀଳ ହୋଇଥିବା ବେଳେ କିଛି ବିରୋଧୀ ଦଳ ବି ସମର୍ଥନ ଜଣାଇଛନ୍ତି। ବିଜୁ ଜନତା ଦଳ, ଟିଡିପି, ଓ୍ଵାଇଏସ୍‌ଆର୍‌ କଂଗ୍ରେସ, ବିଏସ୍‌ପି, ଟିଆର୍‌ଏସ୍‌, ଆମ ଆଦମୀ ପାର୍ଟି, ଶିବସେନା ଓ ଅକାଳି ଦଳ ସମର୍ଥନ କରିଛନ୍ତି। ସେପଟେ ଏନଡିଏ ସହଯୋଗୀ ଜେଡିୟୁ କିନ୍ତୁ ବିରୋଧ କରିଛି। ସେହିପରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ନ୍ୟାସନାଲ୍‌ କନଫରେନ୍ସ, ପିଡିପି, କଂଗ୍ରେସ ସମେତ ଆରଜେଡି, ଟିଏମ୍‌ସି, ଡିଏମ୍‌କେ, ସିପିଏମ୍‌ ଓ ଏମ୍‌ଡିଏମ୍‌କେ।

ସେପଟେ ଧାରା ୩୭୦ ଉଛେଦ କରି ଭାରତ କିଛି ଠିକ କରିନାହିଁ ତେଣୁ ଏହାକୁ ପାକିସ୍ତାନ ଘୋର ନିନ୍ଦା କରୁଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟରୁ ସୂଚନା ମିଳିଛି। ଜମ୍ମୁ କଶ୍ମୀର ବିଶ୍ବସ୍ତରୀୟ ବିବାଦ ଭାବରେ ରହି ଆସିଛି। ଯାହାର ନିୟମରେ ଭାରତ କୌଣସି ପରିବର୍ତ୍ତନ କରିପାରିବ ନାହିଁ ବୋଲି ପାକିସ୍ତାନ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.