ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ, ୧ ଜାନୁଆରୀ ୨୦୧୭ରେ ଘଟିଥିଲା ଘଟଣା

କେନ୍ୟୁଜ୍(ବ୍ୟୁରୋ): ପତ୍ନୀ ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ। ନିର୍ଦ୍ଦେଶ ଦେଲେ ଭୁବନେଶ୍ୱର ଦିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଦୋଷୀ ସାବ୍ୟସ୍ତ ରାଜେନ୍ଦ୍ର ସିଂ। ୨୦୧୭ ଜାନୁଆରୀ ୧ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ନିଜ ପତ୍ନୀ ସସ୍ମିତା ସିଂକୁ ବିଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ। ହତ୍ୟା କରିବା ପରେ ଶଳାକୁ ହତ୍ୟା କରିଥିବା ଫୋନ ଯୋଗେ ଜଣାଇ ଥିଲା।

୨୦ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ। ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ। ମାମଲା ପରିଚାଳନା କରୁଥିଲେ ଅତିରିକ୍ତ ପବ୍ଲିକ ପ୍ରସ୍ୟୁକୁଟର ସଲିଳ କୁମାର ପ୍ରଧାନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.