Below header

କେତେବଳେ ଭଲ ମଣିଷକୁ ପଙ୍ଗୁ ହୋଇଯାଏ ତାହା କେବଳ ସେହି ବିଧାତାଙ୍କୁ ହିଁ ଜଣା, ବାହାଘରର ଆଠ ମାସରେ ବଦଳିଗଲା ସବୁକିଛି

ନବବଧୂ କନିଆଁ ସାଜି ଘରକୁ ଆସିଥିଲେ । ନୂଆ ବୋହୂ ଘରକୁ ଆସିଥିବାରୁ ଘର ପୁରି ଉଠିଥିଲା । କିନ୍ତୁ ହଠାତ୍‌ ଏହି ଖୁସି ବଦଳିଗଲା ଦୁଃଖରେ । ବୃଦ୍ଧ କାଳରେ ବାପା ମା ' ଙ୍କ ସାହାରା ପାଲଟେ ପୁଅ କିନ୍ତୁ ହଠାତ୍ ବାହାଘରର ୮ ମାସପରେ ଏକ ଦୁର୍ଘଟଣାର ଶିକାର ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି ପୁଅ । ଜୀବନର ପଶାପାଲିରେ ଏବେ ଲଲାଟର ଭାଗ୍ୟ ।

ଦଶପଲ୍ଲା (କେନ୍ୟୁଜ) : ଶରୀରର ସୁନ୍ଦରତା ହେଉଛି କ୍ଷୀଣସ୍ଥାୟୀ । କେତେବେଳେ ଯେ କାହା ସହ କଣ ହେଇଯିବ ତାହା କେହି କହିପାରିବେନାହିଁ । ଆଉ ରୂପ ସୌନ୍ଦର୍ଯ୍ୟକୁ ନେଇ କେବେବି ଗର୍ବ କରିବା କଥା ନୁହେଁ । କାହିଁକିନା ଏହା ଆଜି ଥାଏ ତ କାଲିକୁ ନଥାଏ । ଦୁର୍ଘଟଣା ବି ଠିକ୍‌ ସେମିତି, କେତେବଳେ ଭଲ ମଣିଷକୁ ପଙ୍ଗୁ କରିଦିଏ ତାହା କେବଳ ସେହି ବିଧାତାଙ୍କୁ ହିଁ ଜଣା । ଏବେ ଆପଣ ଭାବୁଥିବେ ଆମେ ଏସବୁ କାହିଁକି କହୁଛୁ, କାରଣ ଦୁଃଖ, ଦାରିଦ୍ର୍ୟ,ଗରିବୀ ଏହି ୩ ଟି ଯାକ ଏକା ସାଙ୍ଗରେ ଏ ଘର ଉପରେ ପଡ଼ିଯାଇଛି।

ବାହାଘରକୁ ମାତ୍ର ୮ ମାସ ହୋଇଥିଲା । ନବବଧୂ କନିଆଁ ସାଜି ଘରକୁ ଆସିଥିଲେ । ନୂଆ ବୋହୂ ଘରକୁ ଆସିଥିବାରୁ ଘର ପୁରି ଉଠିଥିଲା । କିନ୍ତୁ ହଠାତ୍‌ ଏହି ଖୁସି ବଦଳିଗଲା ଦୁଃଖରେ । ବୃଦ୍ଧ କାଳରେ ବାପା ମା ‘ ଙ୍କ ସାହାରା ପାଲଟେ ପୁଅ କିନ୍ତୁ ହଠାତ୍ ବାହାଘରର ୮ ମାସପରେ ଏକ ଦୁର୍ଘଟଣାର ଶିକାର ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି ପୁଅ । ଜୀବନର ପଶାପାଲିରେ ଏବେ ଲଲାଟର ଭାଗ୍ୟ ।

କହିରଖିବାକୁ ଚାହିଁବୁ ଯେ ଏମିତି ଅଭାବ ଅନାଟନରେ ନଥିଲେ ଲଲାଟଙ୍କ ପରିବାର । ଲଲାଟ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବାବେଳେ ଲଲାଟଙ୍କ ବାପା ମଧ୍ୟ ଛୋଟମୋଟ କାମକରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଗତକିଛି ମାସତଳେ ଏକ ଠିକାଦାରି ସଂସ୍ଥାରେ ଦିନ ମଜୁରିଆ ଭାବରେ କାମ କରୁଥିବା ଲଲାଟେନ୍ଦୁଙ୍କ ଭାଗ୍ୟ ଆକାଶରେ ଘୋଟି ଆସିଲା କଳା ବାଦଲ୍ । ମଜୁରୀ ଟଂକା ଆଣିବା ପାଇଁ ଦଶପଲ୍ଲା ଯାଇଥିବାଵେଳେ, ଆକସ୍ମିକ ଭାବରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ପ୍ରାୟ ଦୁଇମାସ ପରେ, ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ସେତିକିରେ ଦୁଃଖ ସରିନଥିଲା ।

ଚିକିତ୍ସା ହୋଇ ଘରକୁ ଫେରିଲାପରେ ଧିରେ ଧିରେ ସମସ୍ତ ଅଙ୍ଗ ଅକାମି ହେବାକୁ ଲାଗିଲା । ପରିବାର ଲୋକଙ୍କ ପାଖରେ ଥିବା ସମସ୍ତ ସମ୍ବଳ ଶେଷ ହେଇଗଲା ଉନ୍ନତତର ଚିକିତ୍ସା ପାଇଁ । ଜମିବାଡ଼ି ବିକ୍ରି କରି ଚିକିତ୍ସା କରିଥିଲେ । ଅଧିକ ଅର୍ଥ ଆବଶ୍ୟକ ପଡିବାରୁ ଶେଷରେ ଶେଷ ସମ୍ବଳ ମୁଣ୍ଡ ଗୁଂଜିବାକୁ ଥିବା ଘର ଖଣ୍ଡିକୁ ମଧ୍ୟ ବନ୍ଧା ପକାଇ ଲଲାଟେନ୍ଦୁ କଂ ଚିକିତ୍ସା କରିଥିଲେ । ହେଲେ ସମସ୍ତ ପ୍ରୟାସ ନିଷ୍ଫଳ ଓ ସମସ୍ତ ଅର୍ଥ ଶେଷହେବାପରେ ଏବେ କର୍ତ୍ତବ୍ୟ ବିମୁଢ ହୋଇପଡିଛନ୍ତି ଲଲାଟେନ୍ଦୁଙ୍କ ପରିବାର ।

ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗାକ୍ରାନ୍ତ ହେବା ପରେ, ଏବେ ଦୁଇବେଳା ଦୁଇମୁଠା ଖାଦ୍ୟ ପାଇଁ ସାହି ପଡିଶାଙ୍କ ଦାନ ଉପରେ ନିର୍ଭର କରିବାକୁ ପଡୁଛି । ଲଲାଟେନ୍ଦୁଙ୍କ ଛଅମାସର ଶିଶୁପୁତ୍ର ପାଇଁ ଖିର ଟୋପାଏ ମଧ୍ୟ ଯୋଗାଡ଼ କରିବା ପାଇଁ ପରପାଖରେ ହାତ ପତାଇବାକୁ ପଡୁଛି ଲଲାଟେନ୍ଦୁଙ୍କ ପରିବାରକୁ । ସୁଚନା ମୁତାବକ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ ରୁ ମଧ୍ୟ ସବୁ ଅର୍ଥ ସରିଯାଇଥିବାବେଳେ ଲଲାଟେନ୍ଦୁଙ୍କ ଚିକିତ୍ସାରେ ଏବେ ଅର୍ଥ ବାଧକ ସାଜିଛି। ଯେଉଁଥିପାଇଁ ଅସହାୟ ହୋଇ ପଡ଼ିଛନ୍ତି ଲଲାଟେନ୍ଦୁଙ୍କ ପରିବାର ।

ଯଦି ଲଲାଟେନ୍ଦୁଙ୍କୁ କେହି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖିନିଅନ୍ତୁ ତାଙ୍କ ଫୋନ-ପେ ନମ୍ୱର୍ 7978651405 (ଦୀପା ମହାନ୍ତି)
ଆକାଉଣ୍ଟ ନମ୍ୱର୍ ୪୨୧୩୩୪୪୭୩୬୫
ଆଇ.ଏଫ୍ .ସି କୋଡ – SBIN0017543
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ସରିଗଣ୍ଡା ଶାଖା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.