ପ୍ରେମରେ ଧୋକା ମିଳିବା ପରେ ବଦଳିଗଲା ଆଦିତ୍ୟଙ୍କ ଜୀବନ, IAS ହୋଇ ପ୍ରେମିକାକୁ ଦେଲେ କଡ଼ା ଜବାବ୍‌

IAS ଆଦିତ୍ୟ ପାଣ୍ଡେଙ୍କ ସଫଳତା ଫଛରେ ଲୁଚି ରହିଥିବା ବିଫଳ ପ୍ରେମ କାହାଣୀ । ଯାହା ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ । ୨୦୧୭ ମସିହାରେ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ସାଦି ମେଁ ଜରୁର ଆନା’ର ଅବିକଳ କାହାଣୀ ଭଳି । ଆଦିତ୍ୟଙ୍କୁ ପ୍ରେମରେ ଧୋକା ମିଳିବା ପରେ ସେ IAS ବନିଛନ୍ତି ।

ପ୍ରେମ ଅନ୍ଧ ଏକଥା ଆମେ ସମସ୍ତେ ଜାଣିଛନ୍ତି ଭଲଭାବେ ମଧ୍ୟ ବୁଝିଛନ୍ତି । କିନ୍ତୁ ଏହି ପ୍ରେମରେ ଯେତେବେଳେ ଜଣେ ମଣିଷକୁ ଧୋକା ମିଳେ ସେତେବେଳେ ଏ ଜୀବନଟା ଦୁର୍ବିସହ ହୋଇପଡ଼େ। କାରଣ ମଣିଷ ସେତେବେଳେ ଯେଉଁ ମାନସିକ ସ୍ଥିତି ଦେଇ ଗତି କରିଥାଏ ତାହା ଭାବିବା ବହୁତ କଷ୍ଟକର । କିଛି କିଛି ବ୍ୟକ୍ତି ମଧ୍ୟ ନିଜର ମାନସିକ ସ୍ଥିତି ହରାଇ ବସିଥାଆନ୍ତି । କିନ୍ତୁ ଏହି ପ୍ରେମରେ ବ୍ୟକ୍ତି ବିଫଳ ହୋଇ ବିଜୟ ହାସଲ କରିବା ସ୍ୱତନ୍ତ୍ର । ଏହି ସ୍ୱତନ୍ତ୍ର ବ୍ୟକ୍ତିଙ୍କ ମଧ୍ୟରୁ IAS ଆଦିତ୍ୟ ପାଣ୍ଡେ ହେଉଛନ୍ତି ସେହି ବିଫଳ ପ୍ରେମିକ । ଯାହାଙ୍କୁ ଦିନେ ପ୍ରେମିକା ବିନା କାରଣରେ ଛାଡ଼ି ପଳାଇଥିଲା ।

IAS ଆଦିତ୍ୟ ପାଣ୍ଡେଙ୍କ ସଫଳତା ଫଛରେ ଲୁଚି ରହିଥିବା ବିଫଳ ପ୍ରେମ କାହାଣୀ । ଯାହା ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ । ୨୦୧୭ ମସିହାରେ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ସାଦି ମେଁ ଜରୁର ଆନା’ର ଅବିକଳ କାହାଣୀ ଭଳି । ଆଦିତ୍ୟଙ୍କୁ ପ୍ରେମରେ ଧୋକା ମିଳିବା ପରେ ସେ IAS ବନିଛନ୍ତି । ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଯେଉଁ ସାର୍‌ ଦିନେ କହୁଥିଲେ ଯେ, ଆଦିତ୍ୟ ଯଦି କିଛି ତା ଜୀବନରେ କରେ ତେବେ ସେ ତାଙ୍କ ନିଶ କାଟି ଦେବେ ବୋଲି । କିନ୍ତୁ ଆଜି ସେ ଗର୍ବରେ କହୁଛନ୍ତି ଆଦିତ୍ୟ ମୋ ଛାତ୍ର । ତେବେ ଆଦିତ୍ୟ ବିହାର ପାଟଣାର ଏକ ବିଷ୍ଣୁପୁର ପକରୀ ଗାଁର ବାସିନ୍ଦା । ସେ ୪ ଭାଇ ଭଉଣୀ । ସାନ ପୁଅ ହେଉଛନ୍ତି ଆଦିତ୍ୟ । ବାପା ମା’ଙ୍କର ଗେହ୍ଲାପୁଅ ଆଦିତ୍ୟ । ବାପା ମାଙ୍କର ଏହି ଗେହ୍ଲାପଣ ସତେ ଯେମିତି ଆଦିତ୍ୟଙ୍କୁ ବିଗାଡ଼ି ଦେଇଥିଲା । ଆଦିତ୍ୟ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କ ଚଳଚଞ୍ଚଳ ମନୋବୃତ୍ତି ଯୋଗୁଁ ସେ ପାଠରେ ଧ୍ୟାନ ଦେଇପାରୁ ନଥିଲେ । ଏହି କଥାକୁ ନେଇ ତାଙ୍କ ସାର୍‌ ତାଙ୍କୁ ବହୁତ୍‌ ଗାଳି କରିବା ସହ ତାଙ୍କ ବାପାଙ୍କୁ ଡାକି ଆଦିତ୍ୟଙ୍କ ବିଷୟରେ ଜଣାଇଥିଲେ । ଏହି ଗାଳି ଆଦିତ୍ୟଙ୍କୁ ବହୁତ୍‌ ବାଧିଥିଲା ପରେ ସେ ମନ ଲଗାଇ ପାଠ ପଢ଼ିଥିଲେ ଆଉ କ୍ଲାସ୍‌ରେ ପ୍ରଥମ ହୋଇଥିଲେ ।

ସେବେଠୁ ଆଦିତ୍ୟଙ୍କ ଜୀବନରେ ସବୁକିଛି ଠିକ୍‌ ଚାଲିଥିଲା ହେଲେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ସେ ଗୋଟିଏ ଝିଅ ପ୍ରେମରେ ପଡ଼ିଥିଲେ । ଆଉ ବିନା କାରଣରେ ତାଙ୍କ ପ୍ରେମିକା ସହ ବ୍ରେକ୍‌ଅପ୍‌ ହୋଇଗଲା । ଯାହା ଫଳରେ ସେ ଭାଙ୍ଗିପଡ଼ିଥିଲେ ଆଉ ଦଶମ ପରୀକ୍ଷାରେ ଖରାପ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିରେ ତାଙ୍କ ବାପାଙ୍କ ଆଶା ଭାଙ୍ଗିଯାଇଥିଲା । ତାଙ୍କ ବାପା ଗାଁ ନିକଟ ଏକ ଘରୋଇ କଲେଜରେ +୨ ପଢ଼ିବା ପାଇଁ ଆଦିତ୍ୟଙ୍କର ନାଁ ଲେଖାଇଥିଲେ । ଆଦିତ୍ୟ କଷ୍ଟେ ମଷ୍ଟେ ପାସ୍‌ କରିଥିଲେ । ଦ୍ୱାଦଶ ପରେ ଇଞ୍ଚିନିଅରିଙ୍ଗ କଲେଜ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନର ଡିଗ୍ରୀ ହାସଲ କଲେ । ଏହାପରେ ୨୦୧୮ରେ ଏମବିଏ ପାସ୍ କରିବା ପରେ ଆଇସିଆଇସିଆଇ ବ୍ୟାଙ୍କରେ ନିଯୁକ୍ତି ପାଇଲେ ।

ଏତିକିରେ ତାଙ୍କ ପ୍ରେମ କାହାଣୀ ସରି ନଥିଲା । ସେ ପୁଣି ଥରେ ପ୍ରେମରେ ପଡ଼ିଥିଲେ। କିଛି ଦିନ ପରେ ତାଙ୍କୁ ଏହି ପ୍ରେମରେ ଧୋକା ମିଳିଲା । ଗାର୍ଲଫ୍ରେଣ୍ଡ ତାଙ୍କ ସହ ବ୍ରେକ୍‌ଅପ୍‌ କରିଦେଇଥିଲେ । ଏହି ପ୍ରେମ ତାଙ୍କ ଉପରେ ଭାରି ପଡ଼ିଥିଲା ସତ ହେଲେ ସେ ସାହସ ହରାଇ ନଥିଲେ । ସେ ଜିଦ୍‌ ଧରିଥିଲେ ଯେ ସେ ନିଜକୁ ପ୍ରମାଣିତ କରି ଦେଖାଇବେ ଯେ ଅଯୋଗ୍ୟ ନୁହଁନ୍ତି ବୋଲି । ଆଉ ସେ ଜିଦ୍‌ ଧରି ନେଇଥିଲେ ଯେ ଆଇଏଏସ୍‌ ହେବା ପାଇଁ ୨୦୨୦ରେ ବ୍ୟାଙ୍କ ଚାକିରି ଛାଡ଼ି ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେ । ଆଦିତ୍ୟ ୨ଥର ପ୍ରୟାସରେ ବିଫଳ ହେବା ପରେ ସେ ତୃତୀୟ ଥର ମାତ୍ର ଅଢ଼େଇ ମାର୍କ ପାଇଁ ସଫଳତାରୁ ବାଦ୍‌ ପଡ଼ିଥିଲେ । ହେଲେ ସେ ନିଜର ଆତ୍ମବଳ ହରାଇ ନଥିଲେ କାରଣ ସେ ଜାଣିଥିଲେ ଆତ୍ମବଳ ହରାଇଲେ ସେ କେବେ ସଫଳତା ହାସଲ କରିପାରିବେନି । ୨୦୨୨ରେ ୪ର୍ଥ ପ୍ରୟାସରେ UPSC ସର୍ବଭାରତୀୟ ସ୍ତରରେ ୪୮ତମ ର‍୍ୟାଙ୍କ ପାଇଲେ ଆଦିତ୍ୟ । ଏହି କଥା ଶୁଣିବା ପରେ ତାଙ୍କ ପରିବାର ଲୋକଙ୍କର ଖୁସିରେ ପାଦ ତଳେ ଲାଗିନଥିଲା । ଖୁସିରେ ଆଖିରୁ ଝରିପଡ଼ିଥିଲା ଲୁହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.