ଲୋକଙ୍କୁ ଭୁଆଁ ବୁଲାଇ ଗୌଡ ଦମ୍ପତି ଲୁଟିଲେ ୪୦ କୋଟି ଟଙ୍କା

ଲୋକଙ୍କୁ ଭୁଆଁ ବୁଲାଉଥିଲେ ଗୌଡ ଦମ୍ପତି । ଦାମୀ କାରକୁ ୫୦ ପ୍ରତିଶତ ଡିସକାଉଣ୍ଟରେ ଦେବେ ବୋଲି କହୁଥିଲେ । ଆଉ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ କରୁଥିଲେ କୋଟି କୋଟି ଠକେଇ । ହଁ ଲକ୍ଷେ କୋଟି କି ଦୁଇ କୋଟି ନୁହେଁ ଏକାଥରେ ୪୦ କୋଟିର ଠକେଇ । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ଲୋକଙ୍କୁ ମାରୁଥିଲେ ଚୁନା । କିନ୍ତୁ କଥାରେ ଅଛି କେହି ଦେଖନ୍ତୁ ନ ଦେଖନ୍ତୁ ଉପର ବାଲା ସବୁ ଦେଖୁଛନ୍ତି । କେତେ ଦିନ ଆଉ ପାପର ଭାର ରହିଥାନ୍ତା, ଦିନେ ନା ଦିନେ ତ ପାପର ଭାର ବୁଡିବ । ଆଉ ଠିକ୍‌ ସେମିତି ହିଁ ହେଲା । ଏ ଦମ୍ପତି ଲୋକଙ୍କ ଟଙ୍କାକୁ ବିଛାଇ ଶୋଉଥିଲେ କିନ୍ତୁ ଆଜି ଶୋଇାବ ଜେଲରେ ଚାରିକାନ୍ଥ ଭିତରେ ।

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କୁ ଭୁଆଁ ବୁଲାଉଥିଲେ ଗୌଡ ଦମ୍ପତି । ଦାମୀ କାରକୁ ୫୦ ପ୍ରତିଶତ ଡିସକାଉଣ୍ଟରେ ଦେବେ ବୋଲି କହୁଥିଲେ । ଆଉ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ କରୁଥିଲେ କୋଟି କୋଟି ଠକେଇ । ହଁ ଲକ୍ଷେ କୋଟି କି ଦୁଇ କୋଟି ନୁହେଁ ଏକାଥରେ ୪୦ କୋଟିର ଠକେଇ । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ଲୋକଙ୍କୁ ମାରୁଥିଲେ ଚୁନା । କିନ୍ତୁ କଥାରେ ଅଛି କେହି ଦେଖନ୍ତୁ ନ ଦେଖନ୍ତୁ ଉପର ବାଲା ସବୁ ଦେଖୁଛନ୍ତି । କେତେ ଦିନ ଆଉ ପାପର ଭାର ରହିଥାନ୍ତା, ଦିନେ ନା ଦିନେ ତ ପାପର ଭାର ବୁଡିବ । ଆଉ ଠିକ୍‌ ସେମିତି ହିଁ ହେଲା । ଏ ଦମ୍ପତି ଲୋକଙ୍କ ଟଙ୍କାକୁ ବିଛାଇ ଶୋଉଥିଲେ କିନ୍ତୁ ଆଜି ଶୋଇାବ ଜେଲରେ ଚାରିକାନ୍ଥ ଭିତରେ ।

୪୦ କୋଟିର ଠକେଇ ଅଭିଯୋଗରେ ଅଟକ ସ୍ବାମୀ, ସ୍ତ୍ରୀ । ଡିସକାଉଣ୍ଟରେ କାର୍ ଦେବାକୁ କହି ୪୦ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏଥିରେ ସମ୍ପୃକ୍ତ ଅକ୍ଷୟ ଗୌଡ଼ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ। ରାଜଧାନୀର ଏକଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ ଚୂନା ଲଗାଇଛନ୍ତି। ମା ଖଣ୍ଡୁଆ ଅଟୋ ମୋବାଇଲ୍ସ ନାଁରେ ଠକେଇ କରିଛନ୍ତି ଦମ୍ପତ୍ତି । ତାଙ୍କ ନାଁରେ ରାଜଧାନୀର ଏକାଧିକ ଥାନାରେ ମାମଲା ରୁଜୁ ହୋଇଛି। ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଦେବାକୁ କହୁଥିଲେ ।

ସୂଚନା ଅନୁଯାୟୀ ରାଜଧାନୀରେ ଏକାଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ ମା ଖଣ୍ଡୁଆପାଟ ଅଟୋ ମୋବାଇଲ୍ସ ନାଁରେ ଚୂନ ଲଗାଇ ଥିଲେ ସ୍ଵାମୀ ସ୍ତ୍ରୀ । ଏହା ମଧ୍ୟ କହୁଥିଲେ ଯେ ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାରର ଚାଲିଛି କ୍ଲିୟରାନ୍ସ ସେଲ । ୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳୁଛି । ଆଉ ବିଭିନ୍ନ କାର ସୋ ରୁମ ଏହି କ୍ଲିୟରାନ୍ଲସ ସେଲ ପାଇଁ ମା ପାଟଖଣ୍ଡ ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି ହୋଇଛି ।

ଏପରିକି ଏହା ସତ୍ୟ ବୋଲି ଦେଖାଇବା ପାଇଁ କିଛି ଲୋକଙ୍କୁ ନୂଆ କାର ମଧ୍ୟ ଯୋଗାଇ ଦେଇଥିଲେ । ଏହାକୁ ଦେଖି ଅନ୍ୟ ମାନେ ସମସ୍ତେ ଅଗ୍ରୀମ ଟଙ୍କା ଜମା ମଧ୍ୟ କରିଦେଲେ । ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ସ୍ବାମୀ ସ୍ତ୍ରୀ ସମେତ ୩ ଜଣ କୁଖ୍ୟାତ ଠକ ଫେରାର ହୋଇ ଯାଇଥିଲେ । ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏ ନେଇ ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର ,କ୍ୟାପିଟାଲ ଥାନାରେ ଏକାଧିକ ଅଭିଯୋଗ ହୋଇଛି । ପୋଲିସ ଏ ନେଇ ମାଲା ମଧ୍ୟ ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.