ସୋରଡାରେ କାଳବୈଶାଖୀ ବର୍ଷା, ବଜ୍ରପାତରେ ୧୫ ଛେଳି ମୃତ

ଆଜି କାଳବୈଶାଖୀ ଯୋଗୁ ବର୍ଷା ଓ ବଜ୍ରପାତ ହୋଇଛି । ବଜ୍ରପାରେ ୧୫ ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୋରଡା :  ଆଜି କାଳବୈଶାଖୀ ଯୋଗୁ ବର୍ଷା ଓ ବଜ୍ରପାତ ହୋଇଛି । ବଜ୍ରପାରେ ୧୫ ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।  ଗଞ୍ଜାମ ଜିଲ୍ଲା ସୋରଡାତ ତାପର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଦିନ ୧୧ ଟା ପରେ ତାପମାତ୍ର ୪୦ ଡିଗ୍ରୀ ଛୁଇଁଥିଲା । ପଦାକୁ ବାହାରିବା ଅସମ୍ଭବ ହୋଇପଡିଥିଲା । କିନ୍ତୁ ଆଜି ଅପରାହ୍ନରେ ହଠାତ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି ।

ବର୍ଷା ସାଙ୍ଗକୁ ପବନ ଓ ଘଡଘଡି, ପବନର ମାତ୍ରା ଅଧିକ ନଥିଲେ ମଧ୍ୟ, ବର୍ଷା ଏକ ଘଣ୍ଟା ଲାଗି ରହିଥିଲା । ବର୍ଷା ପରେ ତାତିରୁ ସାମାନ୍ୟ ମୁକ୍ତି ମିଳିଛି । କିଛି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହୋଇଛି । ସୋରଡା ନିକଟ ବାଟଶାସନ ଗ୍ରାମରେ କୃଷ୍ଣ ଗଉଡ, ଜାଗା ଗଉଡ, ମାନସ ଗଉଡ, ବିଜଯ ଗଉଡ ପ୍ରମୁଖ ଛେଳି ଚରାଇବା ସମୟରେ ବଜ୍ରପାତ ହୋଇଥିଲା ।

ଫଳରେ ସେଠାରେ ଚରୁଥିବା ୧୫ଟି ଛେଳି ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ଛେଳି ଜଗୁଆଳିଙ୍କୁ କିଛି ଆଘାତ ହୋଇନ ଥିବା ବେଳେ ଛେଳି ମୃତ୍ୟୁରେ ମର୍ମାହତ ହୋଇଛନ୍ତି ଛେଳି ମାଲିକମାନେ । ସରକାରୀ ସହାୟତା ଦାବି କରିଛନ୍ତି ଛେଳି ମାଲିକମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.