Below header

ମହାଶିବରାତ୍ରୀ ପାଇଁ  ବିଏମସିର ଗାଇଡ଼ଲାଇନକୁ ବିରୋଧ କଲା ବ୍ରାହ୍ମଣ ନିଯୋଗ ସମିତି ଓ ପୂଜାପଣ୍ଡା ନିଯୋଗ ସମିତି

ଭୁବନେଶ୍ବର(କେନ୍ୟୁଜ୍):   ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ଜାରି ବିଏମସିର ମାର୍ଗଦର୍ଶିକାକୁ ବିରୋଧ କଲା ବ୍ରାହ୍ମଣ ନିଯୋଗ ସମିତି ଓ ପୂଜାପଣ୍ଡା ନିଯୋଗ ସମିତି । ଜିଲ୍ଲାପାଳଙ୍କ ସହ ସମନ୍ଵୟ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ବଦଳାଇ ବିଏମସି ମାର୍ଗଦର୍ଶିକା ଜାରି କରିଛି ବୋଲି ଅଭିଯୋଗ କରିଛି ନିଯୋଗ । ଜାଗରରେ ଶ୍ରଦ୍ଧାଳୁମାନେ ଆଡକାଠ ଦର୍ଶନ କରନ୍ତୁ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ନିଷ୍ପତ୍ତି ସ୍ଥାନରେ ଭୋଗ କରାଯାଉ ।

ଦୂରତ୍ୱ ରକ୍ଷା କରି ଶ୍ରଦ୍ଧାଳୁମାନଙ୍କୁ ଦୀପ ଜାଳିବାକୁ ଅନୁମତି ମିଳୁ ବୋଲି ସେମାନେ କହିଛନ୍ତି । ଲିଙ୍ଗରାଜ ଥାନା ପରିସରରେ ନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜାଗର ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଲିଙ୍ଗରାଜ ମନ୍ଦିରର ସବୁ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ନିଯୋଗର ସେବାୟତ ଯୋଗଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.