Below header

ମହାଶିବରାତ୍ରୀ ପାଳନ ନେଇ ଏସଆରସିଙ୍କ ଗାଇଡଲାଇନ: କୋଭିଡ କଟକଣାରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ବର(କେନ୍ୟୁଜ୍): ମହାଶିବରାତ୍ରୀ ପାଳନ ନେଇ ଏସଆରସିଙ୍କ ଗାଇଡଲାଇନ । ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରୀ ପାଳନ ପାଇଁ ଅନୁମତି । ତେବେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । କୋଭିଡ କଟକଣାରେ ମନ୍ଦିର ଭିତରକୁ ଏକସଙ୍ଗେ କେତେ ଜଣ ଶ୍ରଦ୍ଧାଳୁ ଯାଇପାରିବେ, ମନ୍ଦିର ପରିସରରେ କେତେଜଣ ରହିପାରିବେ ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ । ତେବେ ଭିଡ଼ ଓ ଜନଗହଳି ଏଡ଼ାଇବା ପାଇଁ ମନ୍ଦିର ପରିସର ଓ ବାହାରେ ମହାଶିବରାତ୍ରୀରେ ମେଳା ଏବଂ ସମାବେଶ ଉପରେ କଟକଣା ଲଗାଯାଇପାରିବ ।

ତେବେ ଶ୍ରଦ୍ଧାଳୁମାନେ ହାତ ସାନିଟାଇଜ କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ମହାଶିବରାତ୍ରୀରେ ମନ୍ଦିର ଓ ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳଙ୍କ ପ୍ରବେଶ ଏବଂ ପୂଜାର୍ଚ୍ଚନା ଉପରେ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ପୋଲିସ କମିଶନର କଟକଣା ଲଗାଇପାରିବେ ବୋଲି ଏସଆରସିଙ୍କ ପକ୍ଷରୁ କୁହାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.