Below header

ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ୪୯ ବିଧାନସଭା ଓ ୮ ଲୋକସଭା ଆସନ

ଆଜି ପ୍ରକାଶ ପାଇଛି କଂଗ୍ରେସର ବିଧାନସଭା ଆସନ ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା । ପ୍ରଥମ ଦଫାରେ କଂଗ୍ରେସ ୪୯ ଟି ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

କେନ୍ୟୁଜ(ବ୍ୟୁରୋ) : ଆଜି ପ୍ରକାଶ ପାଇଛି କଂଗ୍ରେସର ବିଧାନସଭା ଆସନ ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା । ପ୍ରଥମ ଦଫାରେ କଂଗ୍ରେସ ୪୯ ଟି ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନୂଆପଡାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ୁଥିବା ବେଲେ ଜୟପୁରରୁ ପୁଣିଥରେ ତାରାବାହିନୀ ପତିଙ୍କୁ ପ୍ରାର୍ଥୀ କରାଯାଇଛି ଏବଂ ବରିଷ୍ଠ ନେତା ଭକ୍ତ ଦାସଙ୍କୁ ନର୍ଲା ଓ ପାରଳାଖେମୁଣ୍ଡି ଆସନରୁ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାନସଭା ଆସନରେ ପ୍ରାର୍ଥୀ କରିଛି ।

list

ସବୁଠାରୁ ବଡ଼ କଥା ହେଲେ ଭୁଜବଳ ମାଝୀଙ୍କ ପରିବାରରୁ ବାପ,ପୁଅ ଓ ଝିଅଙ୍କୁ ୩ ଟିକେଟ ଏବଂ ଭକ୍ତଙ୍କ ପ ରିବାରରୁ ବାପ-ପୁଅ ୨ ଜଣଙ୍କୁ ଟିକେଟ ମିଳିଥିବା ଜଣାଯାଇଛି ।

list-

ସେହିପରି ବରଗଡ ଲୋକସଭା ଆସନରୁ ସଂଜୟ ଭୋଇ,ସୁନ୍ଦରଗଡ଼ ପାଇଁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଂଗପର ଭୁଜବଳ ମାଝୀ, କନ୍ଧମାଳ ଅମୀର ଚନ୍ଦ ନାୟକ, ବ୍ରହ୍ମପୁର ରଂଶ୍ମୀ ରଂଜନ ପଟନାୟକ, କୋରାପୁଟରୁ ସପ୍ତଗିରି ଶଙ୍କର ଉଲକାଙ୍କୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଏଥି ସହ ସଂଯୁକ୍ତ ରହିଛି ।

mp

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.