ଆପ୍‌ ନେତା ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି: ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ସହମତି ଜଣାଇଲା ଇଡି

ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସେ ୬ମାସ ଜେଲରେ ଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂହ । ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ କୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆପ୍‌ ନେତା ତଥା ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ କୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଞ୍ଜୟ ସିଂଙ୍କ ଜାମିନକୁ କିଛି ବିରୋଧ କରିନି ଇଡି । ଇଡି ସହମତିରେ ସଞ୍ଜୟ ସିଂଙ୍କ ଜାମିନକୁ ସହମତି ଦେଇଛି । ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସେ ୬ମାସ ଜେଲରେ ଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂହ ।

ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା । ୩ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ । ହେଲେ ଇଡି ଏହାକୁ ବିରୋଧ କରିଥିଲା । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସଞ୍ଜୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଅତିଶି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଆପର ଆଉ ୪ ଜଣ ନେତା ଗିରଫ ହେବେ । ସେମାନଙ୍କ ମଧ୍ୟରେ ସେ ନିଜ ସହିତ ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ ଦୁର୍ଗେଶ ପାଠକ ଓ ସାଂସଦ ରାଘବ ଚଡ୍ଡାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ଅତିଶିଙ୍କୁ ବିଜେପିରେ ସାମିଲ ନ ହେଲେ ଗିରଫ କରାଯିବ ବୋଲି ଧମକ ମିଳିଛି । କିନ୍ତୁ ଆପ୍‌ ଏଭଳି ଧମକରେ ଭୟ କରିବ ନାହିଁ ବୋଲି ମନ୍ତ୍ରୀ ଅତିଶି କହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ । ଇଡି ରିମାଣ୍ଡ ଶେଷ ହେବା ପରେ ଦିଲ୍ଲୀର ଏକ ତଳ କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଅଛନ୍ତି କେଜ୍ରିଓ୍ଵାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.