ଗାଁ ଠୁ ସହର ଚାରିଆଡ଼େ ଦେଖାଯାଉଛି ଭାଲୁ ଆତଙ୍କ, ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକେ

ଭୟରେ ସନ୍ଧ୍ୟା ହେଲେ ମଣିଷ ଘରୁ ବାହାରୁ ନାହାନ୍ତି । କାହିଁକି ନା ଘର ବାହାରେ ଓ ରାସ୍ତାରେ ଭାଲୁ ବୁଲୁଛି । ଲୋକମାନେ ରାତି ୧୧ କି ୧୨ ଯାଏଁ ରାସ୍ତାରେ ଯା ଆସ କରନ୍ତି କିନ୍ତୁ ରାତି ବଢ଼ିଲେ ରାସ୍ତା ଫାଙ୍କା ହୋଇଯାଏ । ବାସ ଏଇ ସମୟର ସୁଯୋଗ ନେଇ ରାସ୍ତାକୁ ବାହାରିଛି ଭାଲୁ ।

କାମାକ୍ଷାନଗର (କେନ୍ୟୁଜ):  ଏବେ ଗାଁ ଠୁ ସହର ଚାରିଆଡ଼େ ଦେଖାଯାଉଛି ଭାଲୁ ଆତଙ୍କ । ଭୟରେ ସନ୍ଧ୍ୟା ହେଲେ ମଣିଷ ଘରୁ ବାହାରୁ ନାହାନ୍ତି । କାହିଁକି ନା ଘର ବାହାରେ ଓ ରାସ୍ତାରେ ଭାଲୁ ବୁଲୁଛି । ଲୋକମାନେ ରାତି ୧୧ କି ୧୨ ଯାଏଁ ରାସ୍ତାରେ ଯା ଆସ କରନ୍ତି କିନ୍ତୁ ରାତି ବଢ଼ିଲେ ରାସ୍ତା ଫାଙ୍କା ହୋଇଯାଏ । ବାସ ଏଇ ସମୟର ସୁଯୋଗ ନେଇ ରାସ୍ତାକୁ ବାହାରିଛି ଭାଲୁ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ଜାତୀୟ ରାଜପଥ ୫୩ ଭୁବନ ବାଇପାସ ନିକଟରେ ଦେଖିବାକୁ ମିଳିଛି ।

ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଭାଲୁଟି ଭୁବନ ବାଇପାସ ଓଭରବ୍ରିଜ ଉପରେ ବୁଲୁଥଲା । ତେବେ ଏହି କିଛିଦିନ ହେବ ଭୁବନର ପୂର୍ତ୍ତବିଭାଗ ଡାକବଙ୍ଗଳା, ଅଗ୍ନିଶମ ପରିସର ସହ ନୂଆଭୁବନ ଅଞ୍ଚଳରେ ମଧ୍ୟ ଭାଲୁ ଦେଖିବାକୁ ମିଳିଛି । ଭାଲୁ କାହାକୁ କୌଣସି କ୍ଷତି ପହଞ୍ଚାଇନି ସତ । କିନ୍ତୁ କାହାକୁ ଆକ୍ରମଣ କରିବନି ସେ କଥା ବି କହିହେବନି । ଯଦି ଭାଲୁ ହାବୁଡ଼ରେ ମଣିଷ ପଡ଼େ ତେବେ ତା କଥା ସରିଲା ।

ପ୍ରାୟତଃ ଜାତୀୟ ରାଜପଥରେ ଭାଲୁମାନଙ୍କୁ ଅନେକ ସମୟରେ ଦେଖିବାକୁ ମିଳୁଛି ଏବଂ ଅଳ୍ପ ଦିନ ଭିତରେ ଦୁଇଟି ଭାଲୁ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନ ବନବିଭାଗ ରାତିରେ ପେଟ୍ରୋଲିଙ୍ଗ କରିବାକୁ ସାଧାରଣରେ ଦାବି ହୋଇଛି। କହି ରଖିବାକୁ ଚାହିଁବୁ ଯେ ଏ ଭାଲୁମାନେ ଖାଦ୍ୟ ଅନେ୍ଵଷଣରେ ଜଙ୍ଗଲ ଛାଡ଼ି ରାସ୍ତାରେ ବୁଲୁଛନ୍ତି । ଏବେ ଜଙ୍ଗଲକୁ କାଟି ସଫା କରାଯାଉଛି ଫଳରେ ଭାଲୁ ଭଳି ବନ୍ୟଜନ୍ତୁମାନେ ଖାଇବା ପାଇଁ ଖାଦ୍ୟ ପାଉନାହାନ୍ତି ଏବଂ ସହର ମୁହାଁ ହେଉଛନ୍ତି ।

ଅନେକ ସ୍ଥାନ ଏପରି ଅଛି ଯେଉଁଠାରେ ଭାଲୁ ଆକ୍ରମଣର ଶିକାର ମଣିଷ ହୁଏ । ତେଣୁ ଆମେ ଯଦି ବନ୍ୟଜନ୍ତୁଙ୍କ ଘର ନଷ୍ଟ ନକରିବା ତେବେ ସେମାନେ ହୁଏତ ଏଭଳି ଗାଁ କି ସହରରେ ବୁଲିବେନି । ଭାଲୁ ହେଉଛି ଏକ ହିଂସ୍ର ଜୀବ । ଏହା କେତେବେଳେ ଯେ କାହାକୁ ଆକ୍ରମଣ କରିବ ତାହା କେହି ବି କହି ପାରିବେନି । ତେଣୁ ନିଜ ଜୀବନ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ନିଜେ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.