ଉତ୍କଳ ଗ୍ଲୋରୀ ଫେଷ୍ଟ ୨୦୨୩: ସାହିତ୍ୟିକା ଡ. ଇତିରାଣୀ ସାମନ୍ତଙ୍କୁ ଉତ୍କଳ ସମ୍ମାନରେ ସମ୍ମାନିତ କଲା ବିଜୁ ଛାତ୍ର ଜନତା ଦଳ

ପ୍ରଥମ ଥର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଉତ୍କଳ ଗ୍ଲୋରୀ ଫେଷ୍ଟ ୨୦୨୩। କାଦମ୍ବିନୀ ପତ୍ରିକାର ସମ୍ପାଦିକା ତଥା ସାହିତ୍ୟିକା ଡ. ଇତିରାଣୀ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ହୋଇଛି ଉତ୍କଳ ଗ୍ଲୋରୀ ଫେଷ୍ଟ ୨୦୨୩ । ପ୍ରଥମ ଥର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୭ ଏଭଳି ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାଦମ୍ବିନୀ ପତ୍ରିକାର ସମ୍ପାଦିକା ତଥା ସାହିତ୍ୟିକା ଡ. ଇତିରାଣୀ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ମାତୃଭାଷାକୁ ଅଧିକ ଭଲ ପାଇବା ସହ ସମାଜ ପ୍ରତି ଛାତ୍ରଛାତ୍ରୀମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ ପାଇଁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ, ରାମ୍ପ ସୋ ସହ ଅଭିନୟର ଯାଦୁ ଦେଖାଇ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ଡ. ଇତି ସାମନ୍ତଙ୍କୁ ଉତ୍କଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

uu

ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଓଟିଡିସି ଚେୟାରମ୍ୟାନ୍‌ ଲେନିନ୍‌ ମହାନ୍ତି, ମୋ କଲେଜର ଚେୟାର ପର୍ସନ ଆକାଶ ଦାସନାୟକ, ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ତନ୍ମୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.