Below header

କମାଲ କରି ଦେଖାଇଲେ କଟକର କୁନି ଝିଅ ଅନନ୍ୟା, ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ

କଟକ(କେନ୍ୟୁଜ୍) : କମାଲ କରିଲେ କଟକର କୁନି ଝିଅ ଅନନ୍ୟା ମହାନ୍ତି। ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ କରିଲେ। ସାଧାରଣ ଜ୍ଞାନ, ଭାରତର ପ୍ରଧାନ ମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ, ବିଭିନ୍ନ ଦେଶର ନାଁ ଗୁଡିକ ଅତି ସହଜରେ କହିପାରିଥିଲେ କଟକର କୁନି ଝିଅ ଅନନ୍ୟା ମହାନ୍ତି।

ଇଣ୍ଡିଆ ବୁକ ଅଫ ରେକର୍ଡରେ ଜର୍ଜ ମାନେ ଅନନ୍ୟା ମହାନ୍ତିଙ୍କ ଭିଡ଼ିଓ ଦେଖିବା ପରେ ସମ୍ମାନିତ କରିଥିଲେ। ଅନନ୍ୟାଙ୍କ ବାପା ଦେବବ୍ରତ ମହାନ୍ତି ପୋଲିସ ବିଭାଗରେ ଚାକିରୀ କରନ୍ତି । ଆଉ ମାଁ ଜଣେ ଗୃହିଣୀ। ତେବେ ଏଭଳି ପ୍ରତିଭା ନିଜ ଝିଅର ଜାଣିବା ପରେ ଝିଅକୁ ପ୍ରୋତ୍ସାହନ ଦେଇଥିଲେ ବାପା ମାଁ। ଆଉ ଏବେ ନିଜ ଝିଅ ପାଇଁ ସେମାନେ ଗର୍ବ ଅନୁଭବ କରୁଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.