ହାତରେ ଆଉ ମାତ୍ର କେଇ ଘଣ୍ଟା, ଆଜି ଅପରାହ୍ନ ୫ଟା ପରେ ଥମିବ ପ୍ରଚାର

ଭୁବନେଶ୍ବର(କେନ୍ଯୁଜ୍): ହାତରେ ଆଉ ମାତ୍ର କେଇ ଘଣ୍ଟା। ଆଜି ସନ୍ଧ୍ୟାରେ ଥମିବ ପ୍ରଚାର। ଅପରାହ୍ନ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ପୌର ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ମାରାଥନ କ୍ୟାମ୍ପେନିଂ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଚଳାଇଛନ୍ତି ଝାଳବୁହା ପ୍ରଚାର । ମୈଦାନରେ କ୍ୟାମ୍ପେନ୍‌ ମଙ୍ଗ ଧରିଛନ୍ତି ହେଭିୱେଟ୍।

କେଉଁଠି ବାଇକ୍‌ ରାଲି ତ ଆଉ କେଉଁଟି ରୋଡ୍‌ ସୋ । ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରି ପ୍ରାର୍ଥୀ ମାଗୁଛନ୍ତି ଜନସମର୍ଥନ । ଗଳିକନ୍ଦିରେ ଚକ୍କର କାଟୁଛି ପ୍ରଚାର ଗାଡ଼ି । ସିନେ ତାରକା ବି ପ୍ରଚାର ଲଢ଼େଇରେ ସାମିଲ ହୋଇଛନ୍ତି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସବୁ ପୁଲିଂ କର୍ମଚାରୀ ନିଜ ନିଜ ବୁଥ୍‌ରେ ପହଞ୍ଚିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ୨୬ ତାରିଖ ସକାଳ ୮ଟାରୁ ଗଣତି ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.