Below header

୮ ମାସ ପରେ ପୁଣି ଆରମ୍ଭ ହେବ ଲର୍ନର ଲାଇସେନ୍ସ ଟେଷ୍ଟ: କରୋନା ଲକ୍ଷଣ ଥିବା ଆବେଦନକାରୀଙ୍କୁ ମିଳିବନି ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ୮ ମାସ ପରେ ପୁଣି ଆରମ୍ଭ ହେବ ଏଲ୍‌ଏଲ୍‌ ବା ଲର୍ନର ଲାଇସେନ୍ସ ଟେଷ୍ଟ । ପୁଣି ଥରେ ସ୍ଲଟ ବୁକିଂ ଓ ଟେଷ୍ଟ ଆରମ୍ଭ ହେଉଛି । ୧୨ ତାରିଖଠାରୁ ସ୍ଲଟ ବୁକିଂ ହେବାକୁ ଯାଉଥିବା ବେଳେ ୧୬ ତାରିଖରୁ ଲର୍ନର ଲାଇସେନ୍ସ ଟେଷ୍ଟ ଆରମ୍ଭ ହେବ ।

୧୨ ତାରିଖ ଦିନ ୧୧ଟା ପରଠାରୁ ସ୍ଲଟ ବୁକିଂ ହୋଇପାରିବ । ପ୍ରତ୍ୟେକ ଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ ବୁକିଂ କରାଯାଇପାରିବ । ଯେଉଁମାନେ ଲର୍ନର ଲାଇସେନ୍ସ ପାଇଁ ପୂର୍ବରୁ ଆବେଦନ କରିଛନ୍ତି କେବଳ ସେହିମାନେ ସ୍ଲଟ ବୁକିଂ କରିପାରିବେ । ନୂଆ ଲର୍ନର ଲାଇସେନ୍ସ ପାଇଁ ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରାଯିବ । କରୋନା ଲକ୍ଷଣ ଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.