Below header

ଗୋ-ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ

ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବରେ ଗୋରୁ ଚୋରା ଚାଲାଣବେଳେ ଉତ୍ତେଜନା । ପିକଅପ ଭ୍ୟାନରେ ଏହି ଗୋରୁ ଚୋରା ଚାଲାଣ ଚାଲିଥିବାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋରୁ ମାଫିଆଙ୍କୁ ନିସ୍ତୁକ ପିଟିବା ସହ ୫ଟି ପିକଅପ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକେ ।

ଜଳେଶ୍ୱର(କେନ୍ୟୁଜ): ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବରେ ଗୋରୁ ଚୋରା ଚାଲାଣବେଳେ ଉତ୍ତେଜନା । ପିକଅପ ଭ୍ୟାନରେ ଏହି ଗୋରୁ ଚୋରା ଚାଲାଣ ଚାଲିଥିବାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋରୁ ମାଫିଆଙ୍କୁ ନିସ୍ତୁକ ପିଟିବା ସହ ୫ଟି ପିକଅପ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକେ । ଏହା ସହ ୫ଟି ଗାଡିରେ ଅମାନୁଷିକ ଭାବରେ ଲଦାଲଦି ହୋଇ ରହିଥିବା ଆନୁମାନିକ ୧୫୦ରୁ ଊର୍ଧ୍ବ ଗୋରୁକୁ ଗୋ ମାଫିଆଙ୍କ କବଳରୁ ଛଡାଇ ନେଇଥିଲେ ।

ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପଟୁ ଗୋରୁ ବୋଝେଇ କରି ଗାଡି ଗୁଡିକ ଦ୍ରୂତ ଗତିରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ସ୍ଥାନୀୟ ଲୋକେ ଗାଡି ଗୁଡିକୁ ଅଟକାଇବା ପରେ ଗୋମାଫିଆ ଏବଂ ସ୍ଥାନୀୟ ଲୋକେଙ୍କ ଭିତରେ ଗଣ୍ତଗୋଳ ହୋଇଥିଲା ।

van

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ଗାଡି ଗୁଡିକୁ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରୁ ଗୋ ମାଫିଆ ଏବଂ ଡ୍ରାଇଭର ମାନେ ଫେରାର ହୋଇଯାଇଥିଲେ । ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୫ଟି ପିକଅପ ଭ୍ୟାନ ସମେତ ୩୦ ରୁ ଊର୍ଧ୍ବ ଗୋରୁଙ୍କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ୬୦ ନମ୍ବର ଜାତୀୟ ରାଜପଥ ଗୋମାଫିଆ ଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ଗୋରୁ ବୋଝେଇ ଗାଡି ଗୁଡିକ ପ୍ରତ୍ୟକଦିନ ଓଡିଶା ସୀମା ଅତିକ୍ରମ କରି କେମିତି ପଶ୍ଚିମବଙ୍ଗ ପହଞ୍ଚୁଛି । ତାକୁ ନେଇ ଏବେ ପୋଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.