ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ ଜିତିଲା ପରେ ‘ପୁଷ୍ପା’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଆଲିଙ୍ଗନ କରି ଭାବବିହ୍ୱଳ ହେଲେ ଅଲ୍ଲୁ ଅର୍ଜୁନ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ୬୯ତମ ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ । ତାଙ୍କୁ ‘ପୁଷ୍ପା ଦ ରାଇଜ୍‌’ ଫିଲ୍ମ ପାଇଁ ମିଳିଛି ଏହି ଆଓ୍ଵାର୍ଡ । ଅଲ୍ଲୁ ଅର୍ଜୁନ ଏହି ଆଓ୍ଵାର୍ଡ ଜିତି ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଇତିହାସ ରଚିଛନ୍ତି ।

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ୬୯ତମ ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ । ତାଙ୍କୁ ‘ପୁଷ୍ପା ଦ ରାଇଜ୍‌’ ଫିଲ୍ମ ପାଇଁ ମିଳିଛି ଏହି ଆଓ୍ଵାର୍ଡ । ଅଲ୍ଲୁ ଅର୍ଜୁନ ଏହି ଆଓ୍ଵାର୍ଡ ଜିତି ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଇତିହାସ ରଚିଛନ୍ତି । ତାଙ୍କର ଏହି ସଫଳତା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ ଆଚିଭ୍‌ମେଣ୍ଟ । ପୂର୍ବରୁ ତେଲୁଗୁ ସିନେମାରେ ବେଷ୍ଟ ଫିଲ୍ମ ଆଓ୍ଵାର୍ଡ କାହାକୁ ମିଳିନଥିଲା । ସାଉଥ୍‌ ଫିଲ୍ମର ପ୍ରଥମ ଅଭିନେତା ଅଲ୍ଲୁ ଅର୍ଜୁନ ଯାହାଙ୍କୁ ଏହି ଆଓ୍ଵାର୍ଡ ମିଳିଛି ।

ଅଲ୍ଲୁ ଅର୍ଜୁନ ତାଙ୍କ ଏହି ସଫଳତାକୁ ନିଜ ପରିବାର, ସାଙ୍ଗସାଥୀ ଓ ପୁଷ୍ପା  ଟିମ୍‌ ସହ ସେଲିବ୍ରେଟ୍‌ କରିଛନ୍ତି । ସେ ଏହାକୁ ସେଲିବ୍ରେଟ୍ କରୁଥିବା ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେହି ଭିଡିଓରେ ଅଲ୍ଲୁ ଅର୍ଜୁନ ‘ପୁଷ୍ପା ଦ ରାଇଜ୍‌’ ର ଫିଲ୍ମ ନିର୍ଦ୍ଦେଶକ ସୁକୁମାରଙ୍କ ସହ ହଗ୍ କରୁଥିବର ନଜର ଆସିଛି । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ସେହି ସମୟରେ ଅଲ୍ଲୁ ଅର୍ଜୁନ ବହୁତ ଭାବବିହ୍ୱଳ ହୋଇଯାଇଥିଲେ ।

‘ପୁଷ୍ପା ଦ ରାଇଜ୍‌’ ୨୦୨୧ରେ ସିନେମା ହଲ୍‌ ରେ ରିଲିଜ୍‌ ହୋଇଥିଲା । ଫିଲ୍ମଟି ସେହି ସମୟରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଥିଲା । ଏହା ସହ ପୁରା ୩୦୦ କୋଟି ରୋଜଗାର କରିଥିଲା । ସେହି ଫିଲ୍ମର ଏକ ଗୀତ ‘ଶ୍ରୀବଲୀ’ ସେହି ସମୟରେ ବହୁତ ଫେମସ୍‌ ହୋଇଥିଲା ।

puspa

ସୂଚନା ମୁତାବକ, ଅଲ୍ଲୁ ଅର୍ଜୁନ ତାଙ୍କ ସଫଳତାକୁ ନେଇ ବହୁତ ଖୁସି ହୋଇଥିଲେ । ଏହା ସହ ସେ କହିଥିଲେ ଯେ, ପ୍ରାୟତଃ ବ୍ୟବସାୟିକ ସଫଳତା ମିଳିଥାଏ ହେଲେ ଆଓ୍ଵାର୍ଡ ମିଳିନଥାଏ । ହେଲେ ପୁଷ୍ପାକୁ ଏହି ଦୁଇଟି ମିଳିଛି । ଏଇଟା ତାଙ୍କ ପାଇଁ ଏକ ଉପହାରରୁ କମ୍‌ ନୁହେଁ ଏବଂ ଅଲ୍ଲୁ ଅର୍ଜୁନ ଏଥିପାଇଁ ବହୁତ ଖୁସି ପ୍ରକାଶ କରିଥିଲେ । ଏହା ସହ କହିଥିଲେ କି ସମସ୍ତଙ୍କୁ ଏହି ଭଲ ପାଇବା ପାଇଁ ଧନ୍ୟବାଦ ।

‘ପୁଷ୍ପା ଦ ରାଇଜ୍‌’ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।  ଫିଲ୍ମରେ ଅଲୁ ଅର୍ଜୁନ ଜଣେ ମଜୁରିଆ ଚରିତ୍ରରେ ଅଭିନୟ କରିଥିଲେ । ଫିଲ୍ମରେ ସାମନ୍ଥା ରୁଥ ପ୍ରଭୁ ଏବଂ ଫାହାଦ୍‌ ଫାସିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଖୁବ୍‌ ଶୀଘ୍ର ନିର୍ଦ୍ଦେଶକ ସୁକୁମାର ‘ପୁଷ୍ପା ’ ର ଦ୍ୱିତୀୟ ଭାଗ ବନେଇବା ପାଇଁ ଯାଉଛନ୍ତି । ସେହି ଫିଲ୍ମର ନାମ ହେବ ‘ପୁଷ୍ପା ଦ ରୁଲ୍‌’ । ଏହା ଶୁଣି ପୁଷ୍ପାର ଫ୍ୟାନ୍ସ ଏହି ଫିଲ୍ମ ଦେଖିବା ବହୁତ ଉତ୍ସାହିତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.