AIକୁ ନେଇ ଭୁଲ ବ୍ୟବହାର କଲେ ମିଳିବ ଜେଲ ଦଣ୍ଡ, ଜାଣନ୍ତୁ କଣ ରହିଛି ଆଇନ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପ୍ୟୁଟର ସାଇନ୍ସର ଏକ ବଡ଼ ସବ୍‌ ଡିଭିଜନ୍‌ । ଏହାର ସମସ୍ତ ଜିନିଷ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ସିଷ୍ଟମ ଉପରେ ଆଧାରିତ । AI ଏପରି ଡିଭାଇସର ନିର୍ମାଣ କରୁଛି ଯାହା ମାନୁଆଲ କାମକୁ କମ କରି ପାରିବ । ନିକଟରେ ଆର୍ଟିଫିସିଆଲ ଇଣ୍ଟେିଲିଜେନ୍ସ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।

ପ୍ରଥମେ କମ୍ପ୍ୟୁଟର ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ପରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ଲାଭ ହୋଇଥିଲା । ଏହା ଦ୍ୱାରା ସମସ୍ତ ଛୋଟ ବଡ଼ କାର୍ଯ୍ୟ କରିବା ସମ୍ଭବ ହେଲା । କିନ୍ତୁ ଆମରେିକୀୟ ବୈଜ୍ଞାନିକମାନେ ଯେତେବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆବିଷ୍କାର କଲେ ସେହି ସମୟରେ ଜିନିଷରେ ବହୁତ ପରିବର୍ତ୍ତନ ଦେଖାଗଲା । ତେବେ ନିକଟରେ ଆର୍ଟିଫିସିଆଲ ଇଣ୍ଟେିଲିଜେନ୍ସ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପ୍ୟୁଟର ସାଇନ୍ସର ଏକ ବଡ଼ ସବ୍‌ ଡିଭିଜନ୍‌ । ଏହାର ସମସ୍ତ ଜିନିଷ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ସିଷ୍ଟମ ଉପରେ ଆଧାରିତ । AI ଏପରି ଡିଭାଇସର ନିର୍ମାଣ କରୁଛି ଯାହା ମାନୁଆଲ କାମକୁ କମ କରି ପାରିବ । ଆର୍ଟିଫିସିଆଲର ଜନକ ହେଉଛନ୍ତି ଜନ୍‌ ମ୍ୟାକାର୍ଥୀ । ଜନ୍‌ ମ୍ୟାକାର୍ଥୀ ଜଣେ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ଥିଲେ । ଅକ୍ଟୋବର ୨୦୧୧ରେ ତାଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ତାଙ୍କ ଆବିଷ୍କାର ଆଜି ଇଣ୍ଟରନେଟ ଦୁନିଆରେ କାୟା ବିସ୍ତାର କରିଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତିନି ପ୍ରକାରର ରହିଛି । ପ୍ରଥମ Weak AI, ଦ୍ୱିତୀୟ Strong AI ଏବଂ ତୃତୀୟ super AI । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏପରି ଏକ ଆଡଭାନ୍ସ ଟେକ୍ନୋଲୋଜି ଯାହା ଦ୍ୱାରା ସିଷ୍ଟମକୁ ଶିଖିବା ଏବଂ ବୁଝିବାର କ୍ଷମତା ପ୍ରଦାନ କାଯାଇଥାଏ । ଏହା ସାହାଯ୍ୟରେ କମ୍ପ୍ୟୁଟର ମେମୋରୀ ଏତେ ଅଧିକ ଅପଗ୍ରେଡ ହୋଇଥାଏ ଯେ, କମ୍ପ୍ୟୁଟର ମଧ୍ୟ ମଣିଷ ଭଳି ଚିନ୍ତା କରିବା, ବୁଝିବା ଏବଂ କାମ କରିବାକୁ ଲାଗିଥାଏ । ଏହି ପ୍ରୟୋଗ ମୁଖ୍ୟତଃ କମ୍ପ୍ୟୁଟର ସିଷ୍ଟମ ସହିତ କରାଯାଇଥାଏ । AI ଟେକ୍ନୋଲୋଜିରେ ଲଗାତାର ଡେଭଲପମେଣ୍ଟ କରାଯାଉଛି ।

ବର୍ତ୍ତମାନ ସମୟରେ AIର ଆଡଭାନ୍ସ ଆଲଗୋରିଦମ ଏବଂ ଡିପ୍‌ ଲାର୍ଣ୍ଣିଂ ମଡେଲ୍ସ ଦ୍ରୁତଗତିରେ ଡେଭଲପ୍‌ ହେଉଛି । ଏପରି ମଡେଲ୍ସ ଏବଂ ଆଲଗୋରିଦମର ବ୍ୟବହାର ଅନେକ କାମରେ ଲାଗୁଛି, ଯେପରିକି ସେଲ୍ଫ ଡ୍ରାଇଭିଙ୍ଗ କାର, ସ୍ମାର୍ଟ ହୋମ୍ସ, ମେଡିକାଲ ଡାଇଗ୍ନୋସିସ, ଷ୍ଟକ ମାର୍କେଟ ଆନାଲିସସ୍‌ ଭଳି କାର୍ଯ୍ୟ କରୁଛି ।

ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଖରାପ ବ୍ୟବହାର ବଢ଼ିଯାଇଛି । ମହାରାଷ୍ଟ୍ରରେ ନିକଟରେ ଅନେକ ମହିଳାଙ୍କର ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବାର ମାମଲା ସାମ୍ନାକୁ ଆସିଛି । ସେମାନେ ଏହାକୁ ବିରୋଧ କରିବାରୁ ଅପରାଧୀମାନେ ମହିଳାଙ୍କୁ ମାରପିଟ କରିଥିବା ମଧ୍ୟ ଜଣା ପଡ଼ିଛି । ସୋସିଆଲ ମିଡିଆରେ ଏଭଳି ଅନେକ ମାମଲା ଦେଖିବାକୁ ମିଳୁଛି, ଯେଉଁଥିରେ ଆପଣଙ୍କ ଫଟୋକୁ AI ଦ୍ୱାରା ଅନ୍ୟର ମୁହଁ ଦିଆଯାଇ ପାରୁଛି । କିନ୍ତୁ ଭାରତୀୟ ଆଇନରେ ଏହା ବିରୋଧରେ ଅନେକ ନିୟମ ରହିଛି ଯାହା ଦ୍ୱାରା ଏଭଳି କାମ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଇ ପାରିବ ।

ଏଭଳି ମାମଲାରେ ଆଇଟି ଆକ୍ଟ ସହିତ ଆଇପିସି ଧାରା ଅନୁସାରେ ମାମଲା ରୁଜ୍ଜୁ କରାଯାଇ ପାରିବ । ସାଇବର ଏକ୍ସପର୍ଟଙ୍କ ଅନୁସାରେ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ଇଣ୍ଟରନେଟରେ କିଛି ଆପତ୍ତିଜନକ ଫଟୋ ବା ଭିଡିଓ ପୋଷ୍ଟ କରାଗଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଜରିମାନା ମଧ୍ୟ ଲଗାଯାଇଥାଏ । ସେୟାର ହୋଇଥିବା ଭିଡିଓରେ ଯେଉଁ ବ୍ୟକ୍ତିଙ୍କର ଫଟୋ ଖରାପ ହୋଇଥାଏ ସେ ମାନହାନି ଅଭିଯୋଗ ମଧ୍ୟ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.