୭ ମିନିଟ୍‌ ପାଇଁ ବ୍ୟକ୍ତିଙ୍କର ହୋଇଗଲା ମୃତ୍ୟୁ, ଜୀବନପାଇବା ପରେ ବଖାଣିଲେ ମରଣ ପରର ଅବସ୍ଥା

ଶରୀରରୁ ଅଲଗା ହୋଇଗଲା ସବୁକିଛି । ଧୀରେ ଧୀରେ ପ୍ରାଣ ଛାଡିଦେଲା ଶରୀର । ଆଉ ମୃତ୍ୟୁ ହୋଇଗଲା ବ୍ୟକ୍ତିଙ୍କର ।

ଶରୀରରୁ ଅଲଗା ହୋଇଗଲା ସବୁକିଛି । ଧୀରେ ଧୀରେ ପ୍ରାଣ ଛାଡିଦେଲା ଶରୀର । ଆଉ ମୃତ୍ୟୁ ହୋଇଗଲା ବ୍ୟକ୍ତିଙ୍କର । କିନ୍ତୁ ମରିବାର ୭ ମିନିଟ୍‌ ପରେ ଜୀବିତ ହୋଇ ଉଠିଲେ ବ୍ୟକ୍ତି । କଣ କରୁଥିଲେ ଏହି ୭ ମିନିଟ୍‌ । କେମିତି ଥିଲା ମୃତ୍ୟୁ ପରର ଅବସ୍ଥା । କଣ କରୁଥିଲେ କଣ ସବୁ ଦେଖିଲେ କଣ ସବୁ ଅନୁଭବ କରୁଥିଲେ । ଏସବୁକିଛି କହିଛନ୍ତି ମରିକି ପୁଣି ଜିଇଁ ଉଠିଥିବା ଏହି ବ୍ୟକ୍ତି ଜଣଙ୍କ । ଆପଣ ଆମର ଏ କଥାକୁ ଅବାସ୍ତବ ଭାବୁଥାଇପାରନ୍ତି କିନ୍ତୁ ଏ ଘଟଣା ଏକଦମ୍‌ ସତ ଆଉ ବାସ୍ତବ । ତାହେଲେ ଆସନ୍ତୁ ଭିଡିଓକୁ ସମ୍ପୂର୍ଣ୍ଣ ଦେଖି ଜାଣିବା ମୃତ୍ୟୁ ପରର ସେହି କାହାଣୀ ।

ଜଣେ ବ୍ୟକ୍ତି ନିଜର ସେହି ଅନୁଭବକୁ ପ୍ରକାଶ କରିଛନ୍ତି, ଯାହାକୁ ଲୋକେ କୌଣସି ଚମତ୍କାର ଠାରୁ କମ୍‌ ମାନନ୍ତିନାହିଁ । ଆମେ ଆପଣଙ୍କୁ କହୁଛୁ ୬୦ ବର୍ଷିୟ ଶିବ ଗ୍ରେଭାଲ ବିଷୟରେ ଯିଏକି ବ୍ରିଟେନରେ ଜଣେ ଷ୍ଟେଜ୍‌ ଆକ୍‌ଟର ଭାବେ କାମ କରନ୍ତି । ତେବେ ଦିନେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମୃତ୍ୟୁର ୭ ମିନିଟ୍‌ ପରେ ସେ ପୁଣିଥରେ ଜୀବିତ ହୋଇଉଠିଲେ । ଆଉ ୭ ମିନିଟରେ ସେ କଣ କରୁଥିଲେ କେଉଁଠି ଥିଲେ, ଏସବୁ ବିଷୟରେ ବି ଗୋଟି ଗୋଟି କରି ବଖାଣିଲେ । ଏହିପ୍ରକାର ଅନୁଭବକୁ ଆଫ୍ଟର ଲାଇଫ୍‌ ଏକ୍ସପେରିୟନ୍ସ ବା ଏନଡିଇ ନିୟର ଡେଥ୍‌ ଏକ୍ସପେରିୟନ୍ସ ମଧ୍ୟ କୁହାଯାଏ ।

spiritଶିବ ନିଜର ଏହି ମୃତ୍ୟୁର କାହାଣୀକୁୁ ବିସ୍ତାର ଭାବରେ କହିଛନ୍ତି । ୨୦୧୩ ଫେବୃୟାରୀ ୯ ତାରିଖରେ ତାଙ୍କୁ କାର୍ଡିଆକ୍‌ ଆରେଷ୍ଟ ଆସିଥିଲା । ସେ ଲଣ୍ଡନରେ ନିଜ ଘର ପାଖରେ ହିଁ ସ୍ତ୍ରୀ ଏଲସନଙ୍କ ସହିତ ଲଞ୍ଚ୍‌ କରୁଥିଲେ । ଏହାପରେ ତାଙ୍କୁ କାର୍ଡିଆକ୍‌ ଆରେଷ୍ଟ ଆସିଥିଲା । ଯାହାପରେ ସ୍ତ୍ରୀ ଏଲିସନ୍‌ ଆମ୍ବୁଲାନ୍ସକୁ ଫୋନ୍‌ କଲେ କିନ୍ତୁ ସେତେ ପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇଯାଇଥିଲା । ତାଙ୍କୁ ସଠିକ ସମୟରେ ଚିକିତ୍ସା ମିଳିପାରିଲାନାହିଁ । ଯଦିଓ କାହାଣୀ ଏଇଠୁ ଶେଷ ହୋଇଯାଇନି ତଥାପି କାହାକୁ ଆଶା ନଥିଲା ସେ ପୁଣିଥରେ ଜିଇଁ ଉଠିବେ ।

ଏକ ରିପୋର୍ଟରେ ଶିବ କହିଥିବା ନିଜ ମୃତ୍ୟୁର କାହାଣୀ ରହିଛି । ଏଥିରେ ଶିବ କହିଛନ୍ତି ଯେ ମୋତେ ଜଣାପଡିସାରିଥିଲା ଯେ ମୁଁ ମରିସାରିଛି । ମୋତେ ଅନୁଭବ ହେଉଥିଲା ଯେ ସବୁକିଛି ମୋ ଶରୀରରୁ ଅଲଗା ହୋଇସାରିଛି । ମୋତେ ଲାଗୁଥିଲା ଯେପରି ମୁଁ ଶୂନ୍ୟରେ ଅଛି କିନ୍ତୁ ଭାବନା ଓ ସମ୍ବେଦନତାକୁ ଅନୁଭବ କରିପାରୁଥିଲି । ମୋ ଶରୀର ମୋ ସହ ନଥିଲା କିନ୍ତୁ ମୋତେ ଲାଗୁଥିଲା ଏଠାରେ କିଛି କିଛି ଜିନିଷ ପାଣିରେ ପହଁରିବା ଭଳିି ଥିଲା । ଆଉ ନିଜକୁ ଭାରହୀନ ଅନୁଭବ କରୁଥିଲେ ଏବଂ ଭୌତିକ ଦୁନିଆ ଠାରୁ ଅଲଗା ହେଉଥିଲେ । ତାଙ୍କୁ ଏମିତି ତ ଲାଗୁଥିଲା ଯେପରି ସେ ଚନ୍ଦ୍ରପୃଷ୍ଠରେ ଅଛନ୍ତି ଏବଂ ଉଲକାପିଣ୍ଡ ଓ ସମ୍ପୂର୍ଣ୍ଣ ଅନ୍ତରିକ୍ଷକୁ ଦେଖିପାରୁଥିଲେ ।

shiv1ସେ ଆହୁରି ମଧ୍ୟ କହିଲେ ଯେ ତାଙ୍କୁ ଏପରି ଅନୁଭବ ହେଉଥିଲା ଯେପରି ସମ୍ଭାବନା, ବିଭିନ୍ନ ଜୀବନ ଓ ପୂର୍ନଜନ୍ମର ଏକ ପୂରା ସେଟ ତାଙ୍କପାଇଁ ଉପସ୍ଥାପନା କରାଯାଉଛି । କିନ୍ତୁ ତାଙ୍କୁ ଏସବୁ ଦରକାର ନଥିଲା, ସେ ସିଧା କହିଦେଇଥିଲେ ଯେ ସେ ନିଜ ଶରୀରକୁ ଫେରିବାକୁ ଚାହୁଁଛନ୍ତି । ନିଜ ସମୟ ସହିତ ତାଙ୍କ ସ୍ତ୍ରୀ ସହିତ ବଞ୍ଚିବାକୁ ଚାହୁଁଛନ୍ତି । ପରେ ଆମ୍ବୁଲାନ୍ସ ତାଙ୍କ ଘରେ ପହଁଚିଲା ଏବଂ ଡାକ୍ତର ତାଙ୍କ ହାର୍ଟବିଟକୁ ଯାଞ୍ଚ କରି ପୁର୍ନବାର ଫେରାଇ ଆଣିବାକୁ ଚେଷ୍ଟା କଲେ ଯେଉଁଥିରେ ସେ ସଫଳ ବି ହେଲେ । ଏହାପରେ ତାଙ୍କର ସର୍ଜରୀ କରାଗଲା । ତାଙ୍କର କହିବା କଥା ଯେ ମୃତ୍ୟୁକୁ ସାମ୍ନା କରିବା ପରେ ବର୍ତ୍ତମାନ ଜୀବନ ପ୍ରତି ତାଙ୍କ ଧାରଣାରେ ବହୁତ ପରିବର୍ତ୍ତନ ଆସିଛି ।

ଶିବ ନିଜର ଏହି ଅନୁଭବକୁ ଆହୁରି ଖାସ୍‌ ତରିକାରେ ଲୋକଙ୍କୁ ବତାଇବା ପାଇଁ କଳାର ସାହାରା ନେଇଛନ୍ତି । ସେ ନିଜର ପେଟିଙ୍ଗସର ଏଗଜିବିସନ୍‌ କରିଲେ । ରିବୁଟ୍‌ ଟାଇଟଲ ସହିତ ଆୟୋଜିତ ଏହି ଏଗଜିବିସନରେ ସେ କହିଛନ୍ତି, ମୋର ସେ ସବୁକିଛି ମନେ ଅଛି ଯାହାସବୁ ସେତେବେଳେ ହୋଇଥିଲା । ଯେତେବେଳେ ମୋ ହୃଦୟ ବନ୍ଦ ହୋଇସାରିଥିଲା ଏବଂ ମୁଁ ଏସବୁକିଛି କଳା ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛ । ସେ କହିଛନ୍ତି ସେ ବୈଜ୍ଞାନିକ ବିଚାରଧାରାର ମଣିଷ । କିନ୍ତୁ ଏହି ଅନୁଭବ ପରେ ମୃତ୍ୟୁ ପରର ଜୀବନକୁ ନେଇ ତାଙ୍କର ବିଶ୍ୱାସ ଆହୁରି ମଜବୁତ୍‌ ହୋଇଯାଇଛି । ଆଉ ଏହା ଏକ ମୌଳିକ ସତ୍ୟ ଭଳି ଅଟେ ବୋଲି କହିଛନ୍ତି ଶିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.